Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics

4  

Prafulla Chandra Mishra

Classics

ଠାକୁରାଣୀ

ଠାକୁରାଣୀ

1 min
280



ଠାକୁରାଣୀ, ଜଗତ ଜନନୀ ମା' ଭବାନୀ

ଠାକୁରାଣୀ, ଜଗତ ଜନନୀ ମା'ଭବାନୀ ।


ତୋ ଯୁଗଳ ପଦ ପଙ୍କଜ ପୟରେ

ଲୟ ରଖି ମାତ ଆରାଧନା କରେ

ବିଶ୍ଵର କଦନ, ୟେ ଦୁଃଖ ଦୁର୍ଦ୍ଦିନ

ଦୂର କର ହେରମ୍ଵ ଜନନୀ, ଠାକୁରାଣୀ ।


ଉର୍ବୀ ମେଘାଚ୍ଛନ୍ନ କରେ ହୀନିମାନ

ନିଃସହାୟ ଲାଗେ ଏ ଜୀବନ ମନ

ଆସ ଆସ ଦେବୀ, ପରମ ବୈଷ୍ଣବୀ

ଉଦ୍ଧାର କର ମା' କାତ୍ୟାୟନୀ, ଠାକୁରାଣୀ ।


ଅସମୟେ ଆଜି ୟେ ପାର୍ବଣ ଋତୁ

ମାନବ ସମାଜେ କାଳ ରାହୁ କେତୁ

ଲିଭାଇଛି ସୁଖ, କରିଛି ବିମୁଖ

ଆଖିରୁ ନିରତ ଝରେ ପାଣି, ଠାକୁରାଣୀ ।


ପାର୍ବଣର ସୁଖ, ଶାନ୍ତି, ମୈତ୍ରୀ ଭାବ

ଦୁର୍ଲ୍ଲଭ ଲାଗଇ ଅବା ଅସମ୍ଭବ

ଦିଶୁଛି ଅନ୍ଧାର, ଜୀବନ ଅସ୍ଥିର

ଉଦ୍ଧାର କର ଅଦ୍ରି ଦୁଲଣୀ, ଠାକୁରାଣୀ ।


ତଥାପି ତୋହର ନୀରାଜନା ପାଇଁ

ନିସ୍ଵ ଜନତା ରହିଛି ଅନାଇଁ

ତୋର ଅଭ୍ୟର୍ଥନା, ତୋହର ବନ୍ଦନା

ଗାଏ ଆସ ଦେବୀ ସୁଲକ୍ଷଣୀ, ଠାକୁରାଣୀ ।



Rate this content
Log in

Similar oriya poem from Classics