STORYMIRROR

Krushnapriya Mohapatra

Abstract

3  

Krushnapriya Mohapatra

Abstract

ଟେଲିଫୋନର ମଜା

ଟେଲିଫୋନର ମଜା

1 min
11.9K


ଟେଲିଫୋନ ର ମଜା

କେତେ ଦୂରରୁ ଆଈ ସାଥିରେ

କଥା ହଉଛନ୍ତି ଅଜା ।

ବହି ପଢିଥିଲେ ପିଲା ବେଳେ

ଆମେ "ଦୂରଭାଷ"ଯନ୍ତ୍ର କଥା

ଯେତେ ଦୂରେ ଥିଲେ କଥା କହିହୁଏ

ଦେଖି ନ ପାରିଲେ ଅବା


କଥା ହେଲେ ଆମେ ଅତି ସହଜ ରେ

ଘରେ ଘରେ ପରିଚିତ

କ୍ଷଣକ ମଧ୍ୟରେ ଯୋଗା ଯୋଗ ହୁଏ

ଲ୍ୟାଣ୍ଡ ଫୋନ ଯେ ଆଦୃତ।


ଘର ଭିତରକୁ ତାର ମାଧ୍ୟମରେ

ଆସୁଥିଲା ତ ବାରତା।

ଏକ ସ୍ଥାନେ ବସି କଥା ହେଉଥିଲେ

ନ ଥିଲା ନେବା ବ୍ୟବସ୍ଥା।


ବିଜ୍ଞାନର ହେଲା ଦୃତ ଅଭ୍ୟୁଦୟ

ହେଲା ନୂଆ ଆବିଷ୍କାର।

ଜେଣେ ତୁମେ ଯାଅ ସାଥେ ନେଇ ପାର

ନଥାଏ ସେଥିରେ ତାର।


"ଭ୍ରାମ୍ୟମାଣ ଦୂରଭାଷ" ଅଟେତାହା

 ଜରୁରୀ ଅଟଇ କେତେ।

ଆଧୁନିକ ଯୁଗ ପାଇଁ ଉପଯୋଗ

ଅତି ଦରକାରୀ ସତେ।


 ହାତେ ଧରିଥିଲେ ମୋବାଇଲ ଟିଏ

ନଥାଏ ଚିନ୍ତା କି ଦକ

ଯେଉଁଠି ଥିଲେ ବି ଯେପରି ରହିଲେ

କରି ହୁଏ ଯେ ସମ୍ପର୍କ।


ଆଜିକାଲିର ଏ ସ୍ମାର୍ଟ ଫୋନ

କରେ କେତେ ସହାୟତା।

ପାଠ ପଢା ହୁଏବାଟ ଚିହ୍ନି ହୁଏ

ଅଛି ଅନେକ ବ୍ୟବସ୍ଥା।


ଉପକାର ମିଳେ ଅଧିକ ସେଥିରୁ

ଅପକାର କିଛି ଅଛି।

ଯୁବ ପିଢ଼ି ଏବେ ଘରେ ରହି ରହି

ଆଳସ୍ୟ ମୟ ହୋଇଛି।


ଦୂରଭାଷ ରଖେ ସମ୍ପର୍କ ଅତୁଟ

ପରସ୍ପର ହୋଇ କଥା

ଦୂରତ୍ୱ ବଢ଼ାଏ ମୋବାଇଲ ପରା

ନିଜ ପରିଜନ ଯଥା।


ସଭିଏଁ ଧରିଲେ ଫୋନ ହାତରେ

ନ ଭାବିଲେ ପ୍ରିୟଜନ ।

ମୋବାଇଲ ସାଥେ ବ୍ୟସ୍ତ ହୋଇଗଲେ

ଭୁଲିଲେ ନିଜର ଧର୍ମ।


ସାଧନ ପ୍ରୟୋଗ କର ମନା ନାହିଁ

ହୁଅନା ତାର ଅଧିନ

ନିଜ ଅଧିନ ରେ ରଖି ପାରେ ଯିଏ

ହୋଇ ଥାଏ ସେ ସ୍ଵାଧୀନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract