STORYMIRROR

Kalish Chandra Parhi

Abstract

2  

Kalish Chandra Parhi

Abstract

ତସଲିମା

ତସଲିମା

1 min
288


ତସ୍ ଲିମା ତସ୍ ଲିମା

ଛୁଇଁଥିଲା ଯାର ଉନ୍ନତ ଶିର

ବାଂଲା ଆକାଶ ସୀମା

ହେଲେ

ବିସ୍ମିତ ଆଜି ହେବାକୁ ପଡୁ଼ଛି

            ଉନ୍ନତ ସେଇ ଶିର

କିମ୍ପାଇଁ ନତ କିହାପାଇଁ ନତ

           କୁହ ମୋତେ ସେଇଗୀର

ମୃତ୍ଯୁ ଯେଉଁଠି ଅଞ୍ଜଳି ପାତି

           ମାଗଇ ଜୀବନ ଭିକ୍ଷା

ଜୀବନ ସେଇଠି ନିଷ୍ପ୍ରଭ କିଆଁ

           ମୃତ୍ୟୁର ନିଏ ଦୀକ୍ଷା

ତସ୍ ଲିମା ତସ୍ ଲିମା

ମାନିନିଅନାହିଁ ଜହ୍ଲାଦର ଏ

           କ୍ରୂର ନିର୍ଦ୍ଦେଶନାମା

ତୁମ ସାଥେଅଛି ଧର୍ମଦେବତା

           ଆଉବା କାହାକୁ ଭୟ

ମସୀଗାରେ ତୁମେ ବାଂଲା ବାସୀଙ୍କ

           ହୃଦୟ କରିଛ ଜୟ

ତସ୍ ଲିମା ତସ୍ ଲିମା

ବାଂଲା ମାଟିର ଗଉରବ ତୁମେ

           ଭୟକର ନାହିଁ ଜମା

           ତସ୍ ଲିମା ତସ୍ ଲିମା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract