STORYMIRROR

Dr Susmita Dash

Fantasy Abstract

2  

Dr Susmita Dash

Fantasy Abstract

ତ୍ରୁଟି ସମୀକ୍ଷକ

ତ୍ରୁଟି ସମୀକ୍ଷକ

1 min
2.6K


କହିଥିଲ

ଅଟକାଇ ପାରିବେନି କେହି ମୋତେ,

ସ୍ୱତନ୍ତ୍ର ମୁଁ,

ତୁମ ସହ, ସବୁଦିନ ପାଇଁ

ଯାହା ଇଚ୍ଛା କହିପାରେ,

ଯାହା ଇଚ୍ଛା କରିପାରେ,

ହେଲେ ଏବେ ହେଇଯାଇଛ.

ମୋ ତ୍ରୁଟି ସମୀକ୍ଷକ।

ଭାବନା ଆସୁଛି ନିରନ୍ତର,

ଚରିତାର୍ଥ କରିବାକୁ ଅଛି କେତେ ସ୍ୱପ୍ନ,

କହିବାକୁ କଥା ଅନେକ....

ଚାହିଁଥିଲି ଦେଖିବାକୁ ନୂତନ ଆଲୋକ।

ମୃତ୍ତିକା ସଦୃଶ ଭାବ ମୋର,

ଢଳିଯାଏ ସବୁ ଛାଞ୍ଚରେ ....

କାହା ଭୟରେ ନୁହେଁ ମୁଁ ଆବଦ୍ଧ

କ୍ଷୀପ୍ରତାକୁ ମୋର କରିଛ ଗତିରୋଧ

ଏ ପୃଥିବୀ ଲାଗୁଛି ନୀରସ,

ବିଷାଦ ପୂର୍ଣ୍ଣ ,ଧୂସର...

ଯାଉଛି ହେବାକୁ ବେରଙ୍ଗ....

କ୍ଷତ ବିକ୍ଷତ ମୋ ଇନ୍ଦ୍ରଧନୁର ବର୍ଣ୍ଣାଳୀ,

ଆଉ ମୋର କର୍ମ ଯାକ

କାହିଁକି ନା ତୁମେ ହେଇଯାଇଛ.

ମୋ ତ୍ରୁଟି ସମୀକ୍ଷକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy