STORYMIRROR

Madhabi Patel

Children

3  

Madhabi Patel

Children

ତରୁଣ

ତରୁଣ

1 min
217


ତରୁଣ ବୟସ ଚଞ୍ଚଳ ଅୟସ

ଉର୍ଜା ଶକ୍ତି ପରିପୂର୍ଣ୍ଣ।

କ୍ରୀଡାକର୍ମ ଅବା ପଠନ କ୍ଷେତ୍ରରେ

ସମ୍ପୂୂର୍ଣ୍ଣରେ ଯୋଗଦାନ।

ଟଳମଳ ତାର ବିବେକ ଅସ୍ଥିର

କେବେ କେବେ ପଥ ହୁଡେ।

ଦିଗଦର୍ଶନ ଆବଶ୍ୟକ ପଡଇ

ଗୁରୁଜନ ଲୋଡା ପଡେ।

ବିପରୀତ ଲିଙ୍ଗ ଆକର୍ଷଣ କରେ

ସଂଯମ ଯଦି ନ ରହେ।

ଅବଶୋଶ ସାର ହୋଇ ରହିଯାଏ

ଜୀବନ ବିଗିଡି ଯାଏ।

ଅପରିପକ୍ୱ ଏ ସମୟ ତରୁଣ

ଉଚ୍ଚନୀଚ ହୋଇଯାଏ।

ସୁବାଟରେ ତାକୁ ଚଳାଇ ଜାଣିଲେ

ବାସନାରେ ଭରିଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children