ତରୁଣ ର ତାରୁଣ୍ୟ
ତରୁଣ ର ତାରୁଣ୍ୟ


ଅଫୁରନ୍ତ ଇଚ୍ଛା ଶକ୍ତି
ନୂଆ ଦୁନିଆ ଗଢିବାର ପରାକାଷ୍ଠା
ଶିକ୍ଷା ଦିକ୍ଷା ରେ ଗଢା ତରୁଣର ତାରୁଣ୍ୟ
ଆଶା ଉତ୍ସାହର ନବ ଉନ୍ମାଦନା
ସୃଷ୍ଟି କରେ ଦୃଢ଼ ବର୍ତ୍ତମାନର କୀର୍ତ୍ତିମାନ !
ଧରା ହୁଏ ଶସ୍ୟ ଶ୍ୟାମଳା
ପ୍ରଗତି ପ୍ରସିଦ୍ଧି ଶିଳ୍ପ ବିକାଶ ପ୍ରବଳା
ହାତ ସହ ହାତ,
ମିଶିଲେ ଉଛୁଳେ ଗୌରବ ଗୀତ !
ନବ ଉନ୍ମେଷ ଡାକରାରେ ଠିଆ
ତରୁଣ ସ୍ପନ୍ଦନ ଏକତା ପରା !
ଆଗକୁ ଆଗକୁ ଆଗେଇ ଯିବା ହେ
ଯୁବ ପ୍ରାଣ ତଳେ ରକତ ନିଆଁ
ଶ୍ରମ ସାଧନର ବାରତା ଆଣେ
ଉନ୍ନତି ପଥର ଯାତ୍ରୀ ସେ ଜାଣେ
ଅଟକି ନଯିବା ,ପଥ ନ ହୁଡିବା
କର୍ମ ଆହ୍ୱାନକୁ ଭୁଲିବା ନାହିଁ !
ଏ ଦେଶ ତରୁଣ ସ୍ଵେଦରେ ବିଲୀନ
ଲୁହ ଲହୁ ଲୋଭ ମୋହର ଚିତ୍ର
ହସିବ ଏ ଦେଶ ବଢିବ ସାହସ
ଯୌବନ ଗାରିମା ଯିବ ସେ ଗାଇ !
ତମସାକୁ ଚିରି ବୃଦ୍ଧି ହେବ ଶିରୀ
ଯୁବକ ସିଞ୍ଚିବେ ଜୀବନ ବାରି
ଭାରତର ଯୁବ କର୍ତ୍ତବ୍ୟ ଆପ୍ରାଣ
ହସ ଖେଳେଇଛି ନିଜ ଆଚରଣ
ତରୁଣ ଜାଗୃତି ଦୁର୍ବାର ଶକତି
ହସି ହସାଇବ କୋଟି ବିଶ୍ୱପ୍ରାଣ !