STORYMIRROR

Snigdha Nayak

Inspirational Others Children

3  

Snigdha Nayak

Inspirational Others Children

ତ୍ରିରଙ୍ଗା

ତ୍ରିରଙ୍ଗା

1 min
154

ଆସୁଛି ଅଗଷ୍ଟ ପନ୍ଦର

ଉଡିବ ତ୍ରିରଙ୍ଗା ହୋଇ ଫର ଫର


ପୂର୍ବେ ଇଂରେଜ କରୁଥିଲେ ଶାସନ

ତାଙ୍କ ଠୁ ସ୍ବାଧୀନ ହେଲେ ଏହି ଦିନ


ମହାତ୍ମା ଗାନ୍ଧୀ ଦେଶ ବାସୀଙ୍କୁ କଲେ ଏକଜୁଟ

ଦେଶଛାଡ଼ି ଯିବା ଛଡ଼ା ନ ପାଇଲେ ବିଦେଶୀ ଅନ୍ୟ ବାଟ


ସେଦିନଠୁ ଉଡିଲା ତ୍ରିରଙ୍ଗା ,ସେ ଯେ ଆମ ସ୍ବାଭିମାନ

ଅନାଦର କରି ,କରିବାନି ଆମେ ତାର ଅପମାନ।


ତିନି ରଙ୍ଗ ନେଇ ଦେହେ ଉଡୁଥାଏ

ଆମ ବିର ସୈନିକଙ୍କ ଗୁଣ ଗାଉଥାଏ।


ସବୁଠୁ ଉପରେ କମଳା ରଙ୍ଗ ଥାଏ

ସାହସ ଆଉ ବଳି ଦାନ ର ଗାଥା ଗାଏ ।


ମଝିରେ ଧଳା ନେଇ ଶାନ୍ତି ଆଉ ଏକତା 

ତଳେ ସବୁଜ ନେଇ ବିଶ୍ୱାସ ର ଦିଏ ବାର୍ତା ।


ଧଳା ରଙ୍ଗ ମଝିରେ ଅଶୋକ ଚକ୍ରଟିଏ

ସେ ଯେ ଶାନ୍ତିର ପ୍ରତୀକ ଟିଏ ।


ଜାତୀୟ ପତାକା ,ଆମ ଜାତିର ଟେକ

ତା'ନିକଟେ ,ଗାଉ ଜାତୀୟ ସଂଗୀତ ଦେଶ ଯାକ ।


 ତା'ଜନମ ଦିନ ବାଇଶି ଜୁଲାଇ

 ଭେଦ ଭାବ ଭୁଲାଇ,ନେଇଛୁ ତାକୁ ଆପଣାଇ ।

 

ଆସିଛି ସ୍ବାଧୀନତା ଦିବସ

ମିଶି କରିବା ପତାକା ଉତ୍ତୋଳନ ଆସ ।


ଜାତୀୟ ପତାକା ଆମର ଜାତିର ଗୌରବ

ମଥା ଟେକି ,ବଢ଼ାଉଥାଏ ଦେଶର ସୌରଭ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational