STORYMIRROR

Akshayakumar Dash

Action Inspirational Children

3  

Akshayakumar Dash

Action Inspirational Children

ତ୍ରିରଙ୍ଗା

ତ୍ରିରଙ୍ଗା

1 min
198

ଆମର ଦେଶ

ଭାରତ ବର୍ଷ

ଆଙ୍କିବସିବା ଛବି,

ମୁକୁଟ ତାର

ବରଫାଗାର 

ତାକୋଳେ ଯେତେ କବି।


ଋଷିଙ୍କ ଦେଶ

ଯୋଗୀର ଭେସ

ଜ୍ଞାନ ପ୍ରଦୀପ ଜାଳି,

ଜଗତ ହିତ

ମଙ୍ଗଳ ଗୀତ

 ପୁରାଣବେଦ ମାଳି।


ବୁଦ୍ଧଙ୍କୁ ଜାଣି

ନିର୍ବାଣ ବାଣୀ

ଆଚରଣରେ ଶୀଳ,

ସୁବାସ ବୀର

ଦେଇରୁଧିର

ଗଲା ଫିରିଙ୍ଗି ବଳ।


ପବିତ୍ର ସାରା

ଗଂଗୋତ୍ରୀ ଧାରା

ପାବନ ଜନ ମନ,

ତ୍ୟାଗର ଭୋଗ

ଦୂରରେ ରୋଗ

ସରଳ ମହା ଧନ।


ସାଗର ସାରା

ରତନ ଭାରା

ପ୍ରକୃତି ରାଣୀ ଶୋଭା,

ଜଙ୍ଗଲ ବନ

କିଣଇ ମନ

ଧରିତ୍ରୀ ମନ ଲୋଭା।


ମନ୍ଦିର ମାନ

ଥାନକୁ ଥାନ

ମସ୍ଜିତ ଗୀର୍ଜା ଥାଇ,

ଅନେକ ଜାତି

ସରବେ ମାତି

ଜାତୀୟଗୀତ ଗାଇ।


ତ୍ରିରଙ୍ଗା ଆମ

ଅଟେ ସମ୍ମାନ

ଉଡାଇ ଘରେ ଘରେ,

ବିଜୟ ବାନା

ଜାତୀୟ ଗାନା

ଭାରତ ମାତା ବରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action