STORYMIRROR

pranati Mahapatra

Abstract

2  

pranati Mahapatra

Abstract

ତ୍ରିରଙ୍ଗା ସବୁଠି

ତ୍ରିରଙ୍ଗା ସବୁଠି

1 min
163

ପୂଣ୍ୟ ଭୂମି ଧର୍ମ ଭୂମି ସୁନ୍ଦର ତା ନାଆଁ

ତିନି ଅକ୍ଷରରେ ସିଏ ଭାରତ ମୋ ମାଆ

ନିତି ନିତି ପାଦଧୁଏ ବଙ୍ଗୋପସାଗର

ମୁକୁଟ ଶୋଭାପାଏ ହିମାଳୟ ତାର

ସୁଯୋଗ୍ୟ ଦାୟାଦ ପାଇଁ ଗର୍ବ କରେ ଯିଏ

ସିଏ ମୋ ଭାରତୀ ମାଆ ଆଉ କେହି ନୁହେଁ

ନାନା ଜାତି ନାନା ଧର୍ମ ସନ୍ତାନକୁ ସିଏ

ସେନେହ ଆଦର କରି ନିତି ପାଳୁଥାଏ

ଧର୍ମନିରପେକ୍ଷ ଦେଶ ଏହି ମୋ ଭାରତ

କୁହୁ ତାନେ ପକ୍ଷୀ ରାବ ନିତି ଦିଅନ୍ତି ତ

କୂଳୁକୂଳୁ ବହି ଯାନ୍ତି ଗଙ୍ଗା ଯମୁନା ସରସ୍ବତୀ

ବାରମାସେ ତେର ପର୍ବ ସଭିଏଁ ପାଳନ୍ତି

ସ୍ନେହ ଶ୍ରଦ୍ଧା ଆତ୍ମୀୟତା ଭରିଅଛି ଏଠି

ସେପାଇଁ ଫରଫର ଉଡେ ତ୍ରିରଙ୍ଗା ସବୁଠି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract