ତରଡା ଫୁଲ
ତରଡା ଫୁଲ
ବାଉଁଶ କଣିରେ ତରଡା ଫୁଲ,
ଦେବୀଙ୍କ ପୂଜାରେ ନଲାଗେ ଭଲ।
ଜହ୍ନି ଫୁଲ ପରି ଦିଶେ ସୁନ୍ଦର,
ପ୍ରକୃତି ରଚିଛି କି ମନୋହର।
ଜହ୍ନି ଭଳି ସିଏ ଦୂରରୁ ଦିଶେ,
ପିତା ବୋଲି କେହି ପାଖ ନପଶେ।
ତରଡା ଫଳଟି ଲାଗଇ ପିତା,
ଫୁଲ କିନ୍ତୁ ତା'ର ଜଗତ ଜିତା।
ଫଳ ପିତା ଯୋଗୁଁ ପାଏ ହତାଦର,
କାଛୁ, କୁଣ୍ଡିଆକୁ ହୁଏ ଦରକାର ।
ଫଳ ଶୁଖିଗଲେ ହୁଅଇ ଜାଲି,
ଦେହୁ ସଫାକରେ ମଇଳା ଖାଲି।
