STORYMIRROR

Satyabati Swain

Inspirational

2  

Satyabati Swain

Inspirational

ତର କାହିଁଁ

ତର କାହିଁଁ

1 min
13.3K


ମୋ ନିଦର ଠିକଣା 

ତା ପଣତ

ମୋ ମନ ଭାଷା

ତା ସଙ୍ଗୀତ

ତା ମୁହଁ ଦରିଆରେ

ମୁଁ ତା ସ୍ବପ୍ନ ,

ଆଶାର ଗୋଟିଏ ବୋଇତ।।

ତା ରଙ୍କନିଧି ମୁଁ

ସେ ମୋ ସ୍ନେହ ସିନ୍ଦୁକ

ମମତାର ଟିକିଏ ଆକାଶ

ମୁଁ ତା ଧ୍ରୁବ ତାରାଟିଏ

ତା ଆଖିର ପୁଅ ଡୋଳା

ଶ୍ରେଷ୍ଠ ସମ୍ପଦ

ଜୀବନ ତମାମ ତପସ୍ୟାର ଫଳ।।

ମୁଁ କିନ୍ତୁ ଭୁଲିଗଲି

ତା କୋଳ 

କାନି

ଗେଲ

କେତେ ହୁଏ ଡହଳ ବିକଳ

ମୋତେ ଟିକେ ଦେଖିବାକୁ

ମୋ ପାଖେ ନାହିଁ କିନ୍ତୁ ବେଳ।।

ମୁଁ ଦଉଡୁଛି

ସୁନା ଆତ, ସୁନା ହରିଣ ପଛରେ

ବୁଢ଼ୀ ଅଚଳି ପଇସାର କଣ ମୂଲ୍ୟ???

ତର କାହିଁ ପଢିବାକୁ

ତା ମୁହଁ

ଆଖି

ଅଦେଖା ଭିତର????


Rate this content
Log in

Similar oriya poem from Inspirational