STORYMIRROR

Arjuni charan Behera

Inspirational

4  

Arjuni charan Behera

Inspirational

ତୋତେ ହୋ ତୁହି ରକ୍ଷା କର

ତୋତେ ହୋ ତୁହି ରକ୍ଷା କର

1 min
191

ଭାଦ୍ରବ କୃଷ୍ଣ ଅଷ୍ଟମୀ ଘୋର ଵର୍ଷା ରାତି l

କଂସ କାରାଗୃହେ ଜାତ ଜଗତର ପତି ll


ବନ୍ଦୀଶାଳା ଦିବ୍ୟ ଆଲୋକରେ ଉଦ୍ଭାସିତ l

ବସୁଦେବ ସ୍ତୁତି କରେ ଦେବକୀ ମୂର୍ଚ୍ଛିତ ll


ଅନାଦି ଅଚ୍ୟୁତ ତୋର ନାହିଁ ଆଦି ଅନ୍ତ l

ମୋ ଘରେ ଜନ୍ମିଲୁ ପ୍ରଭୁ ହେଲି କୃତକୃତ୍ୟ ll


ଜ୍ଞାନୀ ଜନେ ଜ୍ଞାତ ହେଉ ତୁ ମାତ୍ର କିଞ୍ଚିତ l

ମୁଁ କାହୁଁ ଜାଣିବି ତୋର ମାୟା ଜଗନ୍ନାଥ ll


ବ୍ୟାପ୍ତ ହୋଇ ଅଛୁ ପ୍ରଭୁ ଚରାଚର ବିଶ୍ୱ l

ସବୁରି ଘଟରେ ତୋର ସତ୍ତା ପରକାଶ ll


ବ୍ରହ୍ମାଣ୍ଡ କରତା ନାଥ ସୃଷ୍ଟି ସ୍ଥିତି ଲୟ l

କଂସକାରାରେ ଜନ୍ମିଲୁ ଲାଗେ ମୋତେ ଭୟ ll


ଧରା ଭାର ଉଦ୍ଧାରଣେ ତୋର ଅବତାର l

ଜାଣୁ କଂସ ଷଡ଼ ପୁତ୍ର ମାରିଅଛି ମୋର ll


କାରାକୁ ବେଢ଼ି ଅଛନ୍ତି ସହସ୍ର ପ୍ରହରୀ l

ଏ କ୍ଷଣି ଆସିବ କଂସ ପକାଇବ ମାରି ll


କି କରିବି କିଛି ମୋତେ ବୁଦ୍ଧି ଦିଶୁନାହିଁ l

କେମନ୍ତେ ଆଣିବି ମୁହିଁ କନ୍ୟା ପାଲଟାଇ ll

ପାଦରେ ଶାଙ୍କୁଳି ହସ୍ତେ ପଡ଼ି ଅଛି ବେଡ଼ି l

ଉପାୟନାହିଁ ମୋ ପ୍ରଭୁ କହେ କରଯୋଡ଼ି ll


ତୋ ଉପାୟ ତୁହି କର ତୋତେ ରକ୍ଷା କର l

ଶରଣ ପଶିଲି ଛାର ମନୁଷ୍ୟ ମାତର ll

         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational