STORYMIRROR

Kalandi pal

Inspirational

3  

Kalandi pal

Inspirational

ତୋହରି ବନ୍ଧନେ ବନ୍ଧା

ତୋହରି ବନ୍ଧନେ ବନ୍ଧା

1 min
224


ତୋହରି ବନ୍ଧନେ ବନ୍ଧା ମା ଚଞ୍ଚଳା

     ତୋହରି ବନ୍ଧନେ ବନ୍ଧା

ଭକତି ଡୋରିରେ  ବାନ୍ଧିନେ ମାଆ

     ନ ଥାଉ ସଂସାର ଧନ୍ଦା !!

ପଦୁଅଁ ଫୁଲର  ପାଖୁଡା ତକ ମା

     ନାଡ ସହ ବନ୍ଧା ଥାଏ

ପାଖୁଡା ଗୋଟିଏ  ଛିଣ୍ଡିଲେ ମାଆ ଲୋ

     ପାଖୁଡା ପଦୁଅଁ ନୁହେଁ.

ଏଇ ମୋ ଜୀବନ  ତୋହର ଚରଣେ

     ବନ୍ଧା ଭକତି ରଜ୍ଜୁରେ

ସେ ରଜ୍ଜୁ ଛିଣ୍ଡିଲେ  ଏ ଛାର ଜୀବନ

     ସାର୍ଥକ ନୁହେଁ ମହୀରେ!!

ଯାହାତୁ ଦେଇଛୁ ମାଆ କମଳିନୀ

      ସେଥିରେ ସନ୍ତୁଷ୍ଟ ମୁହିଁ

ସାଲୋକ୍ୟର ପଥ  ନୁହେଁ ଧନ ଜନ

      ଆଲୋକର ପଥ ତୁହି!!

ଧନ ଦରବ ମୋ  ଲୋଡ଼ା ନାହିଁ ମାଆ

      ମୁକ୍ତିର ପଥ ସେ ନୁହେଁ

ଦେ ମାଆ ଶକ୍ତି, ଦେ ମାଆ ମୁକ୍ତି

      ନିର୍ବାଣ ମୁକ୍ତି ମୁଁ ଚାହେଁ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational