STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ତୋ ଠାରୁ ମା ଆସିଲା ପରେ

ତୋ ଠାରୁ ମା ଆସିଲା ପରେ

1 min
281

ସ୍ମୃତି ତୋର ଆଜି ମନେ ପଡେ ବେଶି

ମନେ ପଡେ ତୋର କଥା

ବିଦେଶରେ ଆଜି ତୋତେ ଖୋଜୁଅଛି

କହିବାକୁ ମନ କଥା


କେତେ ସ୍ନେହ ପ୍ରେମ ଦେଇଛୁ ଅଜାଡ଼ି

ଦେଇଛୁ ହାତରେ ଗଢି

ଜୀବନରେ ମୁହିଁ ଆଗକୁ ବଢୁଛି

ତୋ ପାଇଁ ଯେ ସିଡି ଚଢି


ତୁହି ମୋର କର୍ତ୍ତା ତୁହି ମୋର ହର୍ତ୍ତା

ତୁହି ମୋର ଭଗବାନ

ତୋତେ ସଦା ମୁହିଁ ଝୁରୁଅଛି ଚାହିଁ

ମାନୁ ନାହିଁ ଜମା ମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract