STORYMIRROR

ଲିମନ ଦିଦି

Classics

3  

ଲିମନ ଦିଦି

Classics

ତୋ ପରି ଖୋଜୁଛି

ତୋ ପରି ଖୋଜୁଛି

1 min
286

ବନ୍ଦ ଆଖି ଖୋଜେ ତୋ ସପନ

ଖୋଲା ଆଖି ତୋ ନୟନ

କ୍ଳାନ୍ତ ମଥା ଖୋଜେ ତୋର କୋଳ

ଶାନ୍ତ ମଥା ତୋ ପ୍ରୀତି ଚୁମ୍ବନ

କାନ ଖୋଜେ ତୋର କଅଁଳ କଥା

ରାତି ହେଉ କି ଦିନ

ହାତ ଖୋଜେ ତୋ ଚୁଟି ସବୁ

ଝୁଣି କରିବାକୁ ରଣଭଣ

ନାକ ଖୋଜୁଥାଏ ଅତର ବାସ୍ନା

ତୋ ଅଧୁଆ ଜାମାପଟାରୁ

ପାଟି ଖୋଜୁଥାଏ ଗପିବାକୁ ଟିକେ

ସାଇତା କଳ୍ପନା ଭିତରୁ

ପାଦ ଖୋଜୁଥାଏ ଚାଲିବାକୁ

ତୋତେ ଯେଉଁ ରାସ୍ତା ପସନ୍ଦ

ମନ ଖୋଜୁଥାଏ ସବୁ ରାସ୍ତା ମୋର

ତୋ ଠାରେ ହେଉ ବନ୍ଦ

ତୁ ନା ଅବୁଝା, ଅଝଟିଆ

କହୁଥାଉ ତୋତେ ଖୋଜେନା

ଗୋଟିଏ କଥା ସଦା ପ୍ରଚଳିତ

"ଏକ ହାତେ ତାଳି ବାଜେନା " ।

           



Rate this content
Log in

Similar oriya poem from Classics