ତୋ ପାଇଁ
ତୋ ପାଇଁ
ତୋ ପାଇଁ(ନିବେଦିତା ମିଶ୍ର)
ଜାଣିଶୁଣି ଅବା ଅଜାଣତେ ମୁଁ ଖୋଜିଛି
ତୋ ସହ ପ୍ରେମ ହେବାର କାରଣଟା,
କିନ୍ତୁ କେବେ ବି ପାଇପାରିନି କେଉଁଠାରୁ
ବୁଝିପାରିଲା ଭଳି ଉତ୍ତରଟା
କାହିଁକି ନା ଯେଉଁଠି କାରଣ ଥାଏ
ସେଠି ସ୍ବାର୍ଥ ପ୍ରେମ ହେବାକୁ ଦିଏନି,
ଆଉ ଯେଉଁଠି ପ୍ରେମ ହୋଇଯାଏ
ସେଠି କାରଣର ମାନେ ରହେନି
ଖାସ୍ ତୋରି ଖୁସି ପାଇଁ ସେ ଦିନ
ହସି ହସି ଆଦରି ନେଲି ବିରହ,
ଜାଣିଶୁଣି ମୁକୁଳେଇ ଦେଲି ସିନା
ମନ ଭିତରୁ ସ୍ମୃତି ସମୁହ
ଯଦିଓ ମୁଁ ପଢି ପାରିଥିଲି ତୋ ଆଖିରେ
ମୋ ପ୍ରତି ପ୍ରେମର ସଂଦେଶ,
ହେଲେ ତୋ ନିରବତାର କାରଣଟା
ଆଜିବି ମୋ ଲାଗି ରହସ୍ୟ
ଖାଲି ଏତିକି କହିବି ଶେଷେ
ସୁଖରେ ,ଦୁଃଖରେ,ବେଳ ଅବେଳରେ
ଲୋଡିବୁ ଯଦି କେବେ ସାଥିଟିଏ,
ଫେରିବୁ
ମୁଁ ଅପେକ୍ଷାରତ ସଦା ତୋ ଲାଗି
ବର୍ଷାକୁ ଯେମିତି ଚାହିଁଥାଏ ଚାତକଟିଏ
