STORYMIRROR

Nibedita Mishra

Abstract

2  

Nibedita Mishra

Abstract

ତୋ ପାଇଁ

ତୋ ପାଇଁ

1 min
187

ତୋ ପାଇଁ(ନିବେଦିତା ମିଶ୍ର)

ଜାଣିଶୁଣି ଅବା ଅଜାଣତେ ମୁଁ ଖୋଜିଛି

ତୋ ସହ ପ୍ରେମ ହେବାର କାରଣଟା,

କିନ୍ତୁ କେବେ ବି ପାଇପାରିନି କେଉଁଠାରୁ

ବୁଝିପାରିଲା ଭଳି ଉତ୍ତରଟା

କାହିଁକି ନା ଯେଉଁଠି କାରଣ ଥାଏ

ସେଠି ସ୍ବାର୍ଥ ପ୍ରେମ ହେବାକୁ ଦିଏନି,

ଆଉ ଯେଉଁଠି ପ୍ରେମ ହୋଇଯାଏ

ସେଠି କାରଣର ମାନେ ରହେନି

ଖାସ୍ ତୋରି ଖୁସି ପାଇଁ ସେ ଦିନ

ହସି ହସି ଆଦରି ନେଲି ବିରହ,

ଜାଣିଶୁଣି ମୁକୁଳେଇ ଦେଲି ସିନା

ମନ ଭିତରୁ ସ୍ମୃତି ସମୁହ

ଯଦିଓ ମୁଁ ପଢି ପାରିଥିଲି ତୋ ଆଖିରେ

ମୋ ପ୍ରତି ପ୍ରେମର ସଂଦେଶ,

ହେଲେ ତୋ ନିରବତାର କାରଣଟା

ଆଜିବି ମୋ ଲାଗି ରହସ୍ୟ

ଖାଲି ଏତିକି କହିବି ଶେଷେ

ସୁଖରେ ,ଦୁଃଖରେ,ବେଳ ଅବେଳରେ

ଲୋଡିବୁ ଯଦି କେବେ ସାଥିଟିଏ,

ଫେରିବୁ

ମୁଁ ଅପେକ୍ଷାରତ ସଦା ତୋ ଲାଗି

ବର୍ଷାକୁ ଯେମିତି ଚାହିଁଥାଏ ଚାତକଟିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract