ତୋ ମଥାର ସିନ୍ଦୂର
ତୋ ମଥାର ସିନ୍ଦୂର
ତୋ' ମଥା ସିନ୍ଦୂର
ଛୁଇଁ କହୁଛି,
ମୁଁ ତୋତେ ଲୋ' ଗୋରୀ
ଭଲ ପାଉଛି ।(ଘୋଷା )
ତୋ' ଦେହକୁ ଛୁଇଁ
ରାଣ ଖାଉଛି,
ମୁଁ ' ତୋ ' ପାଇଁ ଗୋରୀ
ଝୁରି ମରୁଛି ।
କରିବିନି ଭୁଲ
ମୁଁ ବେଲକୁଲ,
କାନ ଧରି ଦେଖ
ଗୁଂଜି କାଡ଼ୁଛି ।
ତୋ' ମଥା (0)
ପ୍ରେମରେ ପାଗଳ
ହୋଇଛି ମୁହିଁ,
ଦିନରେ ସପନ
ରାତିରେ ଚେଇଁ ।
ଲେଖୁଛି କବିତା
ଧାଡିକି ଧାଡି,
ନିଦ ଆସେ ନାହିଁ
ଚିଠିକୁ ପଢି ।
ସବୁ ଜାଣି କିଛି
କହୁ ନୁ କିଛି,
ମଥାରେ (1)
ଝିଅମାନେ ସବୁ
ସୁବିଧା ବାଦୀ,
ପୁଅଙ୍କୁ କରନ୍ତି
ସେ ବରବାଦୀ ।
ପୁରୁଣା ହୋଇଲେ
କିଏ ପଚାରେ,
ପ୍ରେମ କରିଥାନ୍ତି
ଏହି ପ୍ରକାରେ l
ଭଲ ପାଇ ନିଜେ
ପାପ କରିଛି,
ସେଥିପାଇଁ ଏବେ
ଦଣ୍ଡ ଭୋଗୁଛି l
ତୋ' ମଥାର (2)

