STORYMIRROR

Prabhanjana Tripathy

Classics

3  

Prabhanjana Tripathy

Classics

ତମସ

ତମସ

1 min
355

ଭୟାନକ ତମସର କି ପ୍ରଚଣ୍ଡ ଶକ୍ତି

ପ୍ରଜ୍ଞାବାନ୍ ଅତୀ ପଣ୍ଡିତ'ନ କିଳଇ ଉକ୍ତି

ତମ ଗୁଣସ୍ୟ ଏଷା ଆବୃତି ନାମ

ଘୋଡାଏ ଆବୃତି ନାମେ ଅନନ୍ତ କାମ


ରଜୋଗୁଣସ୍ୟ ଅନ୍ୟ ପ୍ରଚଣ୍ଡ ତାପ

କାମ,କ୍ରୋଧ,ଲୋଭେ ଭିନ୍ନ ସନ୍ତାପ

ଅଭିମାନାଦି,ଘୃଣା,ଦମ୍ଭ ଅନ୍ୟାନ୍ୟ

ମୁକ୍ତ ନୁହୋଇ ଜୀଵ ହୁଏ ଜଘନ୍ୟ


ବନ୍ଧନର ହିଁ ଏହି ,ଅନନ୍ତ ଖେଳ

ମୁକ୍ତି ଯୁକ୍ତିର ନାହିଁ ଭାବନା ମେଳ

ଏହି ସନ୍ତାପ ହୀନ ମାନବ ମନ

ମୁକ୍ତି ନ ପାଇ ହୁଏ ଅକର୍ମା ହୀନ


ଘୋଡାଇ ହୋଇ ଦିଶେ ଅନନ୍ତ ଜ୍ଞାନୀ

ଆବରଣରେ ଲୁଚି , ଜ୍ଞାନୀ ସୁ'ମାନି

ମାୟା ରଚନା କରି ଅଜ୍ଞାନେ ଲୁପ୍ତ

ସେ ମାୟା ବଳ ମଧ୍ୟେ ହୁଅନ୍ତି ଦୀପ୍ତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics