STORYMIRROR

kahnu charan sahu

Abstract

4  

kahnu charan sahu

Abstract

ତମେ

ତମେ

1 min
225

ତମକୁ ଯେତେ ଆପଣାର ଭାବୁଛି, 

ତମେ ସେତିକି କାହାକୁ ଖୋଜୁଛ

ତମକୁ ଯେତେ ମୁଁ ଝୁରୁଛି

ତମେ ଆଉ କାହାକୁ ନିଜର କରୁଛ !


ଚିରଦିନ ନୁହେଁ ଏହି ଜୀବନ

ତମେ ବି ଜାଣିଛ

ମୋ ଭାବନାରେ ଥିବାର ଜାଣି 

ଆଉ କାହା ସପନେ ହଜୁଛ ।


ହୃଦୟ ମୋ ଭାରି ସରଳ

ଖୁବ ସହଜରେ ଭରି ପାର ଗରଳ

ଭାବନି ପ୍ରତିବାର ସମୟ ତୁମ ହାତରେ ଥିବ

ମୁଁ ଚାଲିଲି ଜଳିବାକୁ ଜୁଇରେ

ସ୍ୱର୍ଗକୁ ସମର୍ପି ମୋ ଶାଶ୍ୱତ ପ୍ରେମ ।


ତମେ ହସୁଥିବ, 

ମୁଁ ଲିଭି ଯାଇଥିବି !

ତମ ହାତରେ ପବିତ୍ର ଶଙ୍ଖା

ଆନନ୍ଦେ ନୃତ୍ୟ କରୁଥିବେ

ମୁଁ ଗୁମୁରି କାନ୍ଦୁଥିବି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract