STORYMIRROR

Chaturbhuja Sahoo

Romance

4  

Chaturbhuja Sahoo

Romance

ତମେ

ତମେ

1 min
410


ତମେ

ମନେପଡେ ତମସହ ବିତାଇ ଥିବା

ପ୍ରତିଟି ମୁହୂର୍ତ୍ତ

ତମେ ଭୂଲିଯାଇପାର -

ମୋତେ,

ମୋ ଭଲପାଇବା ମୋ ଉପସ୍ଥିତି

ମୋ ଅସ୍ତିତ୍ବ।

କିନ୍ତୁ ତମ ନିରୁତା ପ୍ରେମ

ଆଜିବି ମୋ ହୃଦୟରେ ସାଇତା

ପ୍ରାଣଭରି ଜୀବନ୍ତ

ଯଦିଓ

ତମେ ଆଉ ମୋର ସମ୍ପର୍କ

ତମ ପାଇଁ କିଛିନୁହଁ

ମୋ ପାଇଁ ଖୁବ୍ ନିର୍ମମ ଦାରୁଣ ଅସହାୟ

ତମ ବିନା ସ୍ମୃତି ସବୁ

ପାନ୍ଥଶାଳାର ହୃଦୟ।

ତମେ ପର କରିଗଲା ପରେ ବି

ତୁମ ଉପସ୍ଥିତିକୁ ମୁଁ ଅନୁଭବୁଛି

ମୋର ସ୍ପନ୍ଦନର ପ୍ରତିଟି ଧକ୍ଧକ୍ ରେ,

ତମର ସେ ସ୍ନେହବୋଳା ହାତ ର ସ୍ପର୍ଶ

ସତେ ଯେମିତି ଧାଇଁ ଆସୁଛି

ସଜାଡି ଦେବାକୁ ମୋ'ଉଜୁଡା କ୍ଷେତ

ତମେତ ପ୍ରଭାତୀତାରା

ମୋ ଜୀବନର

ତମ ସ୍ମୃତିର ଦରଜା ଖୋଲି

ମୁଁ ସ୍ବାଗତ କରେ ନୂତନ ସୂର୍ଯ୍ୟ।

ତମେ, ମୋ ପ୍ରତିଟି ପ୍ରଶ୍ବାସରେ

ହୃଦୟର ନିଭୃତ କୋଣରେ

ତମେ ମୋ'କବିତା ନୁହଁ

ବରଂ --

ଦୁର୍ଦ୍ଦିନରେ ଜୀବନ ସଙ୍ଗୀତ

ମୋ'ପ୍ରତିଟି ଲୋମକୂପ ମୂଳରେ

ସଞ୍ଜିବନୀ ମନ୍ତ୍ରଟିଏ.....

ମୋ'ଜୀବନର

ଅତୀତ ବର୍ତ୍ତମାନ ଭବିଷ୍ୟତ।

            


Rate this content
Log in

Similar oriya poem from Romance