STORYMIRROR

Sabita Nayak

Romance

3  

Sabita Nayak

Romance

ଆଖିର ଲୁହ

ଆଖିର ଲୁହ

1 min
459


ଭାରି ଅମାନିଆ 

କେବେ ବହିଯାଏ 

ତୁମ ପ୍ରେମର ସ୍ମୃତି

ରୋମନ୍ଥନ କରୁ କରୁ।


ଆଖିର ଲୁହ 

ଭାରି ଅମାନିଆ 

କେବେ ବହିଯାଏ 

ତୁମ ପ୍ରତାରଣାର 

ଜୁଇରେ ଜଳୁ ଜଳୁ।


ଆଖିର ଲୁହ 

ଭାରି ଅମାନିଆ 

କେବେ ବହିଯାଏ 

ବିରହ ରାତିର ନିରବ ଯନ୍ତ୍ରଣା

କବିତାରେ ଧରୁ ଧରୁ।


ତୁମେ କିନ୍ତୁ ଆସ

ମୋ ଭାବନାର ନାୟିକା ହୋଇ

ମୋତେ ପ୍ରେମ କର ଯନ୍ତ୍ରଣା ଦିଅ

ଜଳି ଜଳି ମରିବାକୁ ତୁମରି ପ୍ରେମରେ

ହେ ଈଶ୍ୱର ମୋତେ

ବରଦାନ ଦିଅ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance