Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidulata Sahoo

Inspirational

4  

Bidulata Sahoo

Inspirational

ତମାଖୁକୁ କର ନା

ତମାଖୁକୁ କର ନା

1 min
172


ତମାଖୁ ନୁହେଁ ଛୋଟିଆ ନିଶା,

ଜଣାପଡେନି ଟାଣେ ପଇସା |


ପଇସା ସହ ଜୀବନ ଟାଣେ,

ଅନେକ ରୋଗ ସେ ଡାକିଆଣେ |


ପାଟି,ମୁଖ,ଓ ଫୁସଫୁସରେ,

କ୍ୟାନସର ରୋଗ ସେ କରିପାରେ |


ହୃଦଘାତ,ଯକ୍ଷ୍ମା,ଫୁସଫୁସ୍ ପାଇଁ,

ରୋଗକୁ ଡାକି ଆଣଇ ସେହି |


ସିଗାରେଟକୁ ଟାଣିଲେ କୁଲ୍,

ଭାବୁଛି ଯିଏ ସିଏ ହିଁ ଫୁଲ୍ |


ତୁମକୁ ଏକା କରେନି ନଷ୍ଟ,

ପରିବାରକୁ କରେସେ ଧ୍ୱଂସ |


ସିଗାରେଟର ଧୂମକୁଣ୍ଡଳି,

କାମ ତା ସ୍ଲୋ ପଏଜନ୍ ପରି |


ଟାଣଇ ଯିଏ ଯେତିକି କ୍ଷତି,

ତା ପାଖ ଲୋକ ତାଠାରୁ ବେଶି |


ପ୍ରତ୍ୟକ୍ଷ ଧୂମ ପାନ ଯେ କରେ,

ପରୋକ୍ଷ ଲୋକ ତାଠାରୁ ବଳେ |


ନିଜେ ଓ ନିଜ ପରିବାରର,

ଚାହୁଁଛ ଯଦି ମଙ୍ଗଳ ତାର,


ଗୋଟିଏ ଦିନ ପାଇଁ କି ନୁହେଁ,

ତମାଖୁକୁ କର ବାଏ,ବାଏ |c


Rate this content
Log in

Similar oriya poem from Inspirational