STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ତମ ବିନା...

ତମ ବିନା...

1 min
28

ତମ ବିନା ଦିନ କାଟିବି କିପରି

ଶୟନେ ସପନେ ମନ ହେଉ ଅଛି ଘାରି ?

ନିଦ ନ ଆସେ ନେତ୍ରରେ ଶରୀରଟା କମ୍ପନେ

ବିଷାଦ ଯୁକ୍ତ ବଦନେ ନେତୃ ଝରି ଯାଏ ବାରି ,

ନିମିଷକ ହୁଏ ଯୁଗ ତୁଟି ଯାଏ ସୋହାଗ

ପଦ ପଦକେ ବିରାଗ ଛାଇ ଯାଏ ଥରି,

ବସନ୍ତେ ମଳୟ ନାହିଁ ଶରତ ଚାନ୍ଦେ ଛାଇ

ଘନ ଘନ ଆସେ ହାଇ ଅଟହାସ୍ୟ କରି,

ବିଷମ ବିଷୟ ଜାଲେ ପଡ଼ିଣ କଲବଲେ 

ଲିଖିତ କି ଏହା ଭାଲେ ନିସ୍ତବ୍ଧ ଶର୍ବରୀ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy