STORYMIRROR

Sanjukta Padhi

Drama

3  

Sanjukta Padhi

Drama

ତଇତିରେ

ତଇତିରେ

1 min
165


କଥା ଦେଇଥିଲେ ବାବା

ଦୁଃଖ କରିବୁନି ଜମା 

ଏଥର ଆସିଲେ ଆଣିବି ଲୋ

ତୋ ପାଇଁ କିଛି ନୂଆ ଚକମା

କାନକୁ କୁଣ୍ଡଳୀ ମେଘୁଆ ଶାଢ଼ୀ

ମାଁ ତିଆରିବା ପାମ୍ପଡ ବଡ଼ି

ତୋ ମନଲାଖି କୋରା ଆଚାର

ସବୁ ବେଭାର କୁ ଯୋଗାଡି ରଖିଛି

ହେଲେ ଛାଡି ଯାଉ ଏଇ କୋରନା,

ଦି ବର୍ଷର ସବୁ ପର୍ବ ଖରଚ

ମିଶେଇ ହୋଇଛି ଟଙ୍କା ପଚିଶ ଶହ

କଥାରେ ବାପା ଙ୍କ ହଜି ମୁଁ ଗଲି

ଆସିବାକୁ ଏଣେ ଚାହିଁ ମୁଁ ରହିଲି

ଆଉ ଆସିଲେ ନାହିଁ ମୋ ବାବା

ଅଂଶୁଘାତରେ ହୋଇ ଶିକାର

ହରାଇଥିଲେ ବାପା ପ୍ରାଣ ତାଙ୍କର

ଆଶା ମୋ ରହିଲା ନିରାଶ ହୋଇ

ବାପ ପରି ଧନ ଦେଲି ହରେଇ

ଆସିବୁ ଚଇତି ଆଣି ପୀରତି

ଲୁଟି ନେବୁ ନାହିଁ କାହା ସମ୍ପତ୍ତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama