STORYMIRROR

Subrat Malik

Tragedy

3  

Subrat Malik

Tragedy

ତିନୋଟି ଏକପଦୀ

ତିନୋଟି ଏକପଦୀ

1 min
196

ଦିଗନ୍ତ ଆକାଶେ ମୁଁ ଯେ ଧୂମକେତୁ  ଶାରଦୀୟ ତଟେ ତୁମେ ଶୁଭ୍ର କଇଁ,ମିଳନ ଆମର ଦୂର ବହୁଦୂର  ସ୍ପର୍ଶ ଅବକାଶ ଭାଗ୍ୟରେ ନାହିଁ ।।       


ରାଜ ଉଆସର ତୁମେ ରାଜଜେମା  ଭଙ୍ଗା କୁଡ଼ିଆରେ ଗୁଞ୍ଜେ ମୁଁ ମୁଣ୍ଡ ,ବାସୁମତୀ ଅନ୍ନେ ତୁମରି ଭୋଜନ  ଦେହର ଝାଳକୁ ଦିଏ ମୋ ତୁଣ୍ଡ ।।


ସଦ୍ୟ ଗୋଲାପଟେ ତୁମେ ଉପବନେ  ମୁଁ ବାସହୀନ ପଳାସ ଫୁଲ,ଖରା ବର୍ଷା ଶୀତେ ପଲ୍ଲବିତ ତୁମେ,ମୋତେ ତ ଭରସା ଋତୁ ବସନ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy