ତିନୋଟି ଅଣୁ କବିତା
ତିନୋଟି ଅଣୁ କବିତା
- ଏକ -
ଖୁବ ଅଜବ ଦୁନିଆ
ଯାହାକୁ ଚାହିଁବ
ସିଏ ଆଉ କାହାର ହେଇଯାଏ ।
- ଦୁଇ -
ହୃଦୟକୁ ସମସ୍ତେ ବୁଝିପାରନ୍ତିନି
ଅନେକ ବୁଝନ୍ତି କେବଳ
ଦେହରେ ବୋଳା ଧନ, ଯୌବନର ମାନ ।
- ତିନି -
ସମୟ ଜଣେଇଦିଏ
ଓଠ ଦୁଇଧାରେ ଝଲସୁ ଥିବା ହସ
ଅଳ୍ପ ଦିନର
ଯେ ଯାଏଁ ନୟନେ ନାଚୁଥିବା ପ୍ରତିଛବି
ହେଇନି ଆଉ କାହାର ।।