STORYMIRROR

Kadambari Mohakhud

Tragedy

3  

Kadambari Mohakhud

Tragedy

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
263


ସନ୍ଧ୍ୟାର ଲାଲ ଗାରିମା ଦୃଶ୍ୟରେ 

ପ୍ରକୃତିର ସୁନ୍ଦରତାରେ 

କାନଭାସର ଅଙ୍କା ଛବିରେ 

ଅବା କେଉଁ ଏକ ହତାଶ ମନରେ  

ଥୁଣ୍ଟା ଗଛ ମୂଳ ପଥରରେ ......


ପତ୍ର ବିହୀନ 

ଶବ୍ଦ ବିହୀନ 

ଯୌବନ ବିହୀନ 

ରସ ବିହୀନ 

ବାସ୍ତବ ବିହୀନ 

ଥୁଣ୍ଟା ଗଛର ଜୀବନ .......


ନିଃସଙ୍ଗତାର ଆତଙ୍କରେ 

ଧୀରେ ଧୀରେ ଶୁଖିଯାଏ 

କାଇଁ କେତେ ବର୍ଷରୁ 

ସେ ଜନ୍ମି ଥାଏ .....


ଏକାକୀତ୍ୱ ଅନୁଭବରେ

ମଧ୍ୟାହ୍ନର ସିଝା ଖରାରେ 

ଅବା ବର୍ଷା ଝଡ 

କୁଆପଥର ମାଡ଼ରେ .....


ନିଃସଙ୍ଗତା ପ୍ରତାରଣାରେ 

ଶ୍ରୀହୀନ ....

ତଥାବି ହାର ମାନିନୀ 

ଥୁଣ୍ଟା ଗଛର ମନ ....


ବାସ୍ତବର ସତ ଭିତରେ 

ଖୋଜେ କାଠୁରିଆର ବାସ୍ନା ...

ହାଣି ନେଉ ଅବା 

ଜାଳିଦେଉ ......

ଥୁଣ୍ଟା ଗଛ ହୋଇ 

ଧୋକା ପଥରର କରିବିନିତ ସାମ୍ନା .....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy