Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pravasini Senapati

Tragedy

2.4  

pravasini Senapati

Tragedy

ଥୁଣ୍ଟା ବରଗଛ**********

ଥୁଣ୍ଟା ବରଗଛ**********

1 min
333


ଥୁଣ୍ଟା ବରଗଛ ଜହ୍ନ ଆଲୁଅରେ

ଦେଖି ହସେ ନିଜ ଛାଇ....

କାଲି ଥିଲି କେତେ ସବୁଜିମା ଭରା

ଆଜି ପତ୍ର ଝଡା ମୁହିଁ ।


କାଲି ଖେଳୁଥିଲେ ଦଳ ଦଳ ପକ୍ଷୀ

ଉଡ଼଼ି ଉଡ଼ି ଡାଳେ ମୋର......

ଖୁସି ହୋଇ ବସି ଶୁଣୁଥିଲି ତାଙ୍କ

କିଚିରି ମିିଚିରି ସୁର ।


ମୋ ଛାଇ ତଳରେ କ୍ଲାନ୍ତ ପଥଚାରୀ 

ବସୁଥିଲେ ଆସି କେତେ.....

କେହି ଆସନ୍ତିନି ଆଜି ମୋ ପାଖକୁ

ଦୂରେ ଛାଡି ଯାନ୍ତି ମୋତେ ।

 

ଫଳ, ପତ୍ର, ଛାଇ ସବୁ ହରାଇଛି

ବଡ଼ ଅସହାୟ ମୁଁହି.....

କିଏ ବା ଆସିବ କାହିଁକି ମୋ ପାଶେ

କି ସୁଖ ପାଇବା ପାଇଁ ।

ଥୁଣ୍ଟା ବରଗଛ ମୁଁହି...  .

ଥୁଣ୍ଟା ବରଗଛ ମୁଁହି ।



Rate this content
Log in

Similar oriya poem from Tragedy