STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ଥରେ ଭାବିଲେ ଦେଖି

ଥରେ ଭାବିଲେ ଦେଖି

1 min
273


ଫେରିଯିବା ରାମାୟଣ ମହାଭାରତ ଯୁଗକୁ 

ଏଇୟା ଚାଁହୁଛନ୍ତି ତ? 

ଥିଲା କି ସାମ୍ୟବାଦ ଅବା ନଥିଲା ନାରୀ ନିର୍ଯ୍ୟାତନା !

ସୀତା, ଦ୍ରୌପଦୀ....... ଅନେକ ଉଦାହରଣ 

ତମେ ବଡ ଚାଲାକ କହ୍ନେଇ , ଯୁଗ ବଦଳେଇ, ଧର୍ମ ସଂସ୍ଥାପନ ପାଇଁ ଯୁଗେ ଯୁଗେ ଅବତାର ନେଇଛ ବୋଲାଇ.......


ପୁଣି ଦେଖନ୍ତୁନା କବିବର, ଗାଳ୍ପିକ ଅବା ସମାଲୋଚକ ଅବା ପ୍ରାବନ୍ଧିକ ଭଉଣୀ ଓ ଭାଇ 

କାହ୍ନୁଚରଣଙ୍କ ପରଜାରୁ ସୁକୃମାଝୀ ପରି ଚରିତ୍ରରୁ 

ପୁଣି ଫକୀରମୋହନସେନାପତିଙ୍କ ଛ ମାଣ ଆଠ ଗୁଣ୍ଠ ର ସାରିଆ ଅବା ରେବତୀ ଚରିତ୍ରରୁ 

ସେତେବେଳର ସାମାଜିକ ସ୍ଥିତି 

ଠିକ ସେଇ ଆର୍ତ୍ତନାଦ ରକ୍ଷାକର କହ୍ନେଇ 

କାହିଁକି ଏମିତି ଠକୁଛ ହେ ସାଇଁ !!!!

ଆଉ କିଛି ବର୍ଷ ତଳେ ଖବର କାଗଜ ପୃଷ୍ଠା ଓଲଟାଇଲେ 

କେବଳ ବଧୂହତ୍ୟା, ଯୌତୁକ ଯୁଇର ଲେଲିହାନ ନିଆଁ ରେ


ଆଉ ଏଵେ ନିର୍ଭୟା ମାନେ କରନ୍ତି ଚିତ୍କାର, କିଏ 

ଏସିଡ ମାଡ଼ରେ କିଏ ବି ବଳାତ୍କାର ଶୀକାରରେ 

ତମେ ପୁଣି ମସୁଧା କରୁଛ ଯୁଗ ବଦଳାଇ ଯୁଗ ସୃଷ୍ଟି କରିବା ପାଇଁକି କହ୍ନେଇ !!!!

ତମେ ଯେତେ ଚାଲାକ ହେଉଛ ହୁଅ ହେ ସାଇଁ 

ତମ ଛଡା ଗତି ମୁକ୍ତି ବି ନାଇଁ 

ହେଲେ ଏ ନାରୀ ମାନଙ୍କୁ ବଳି ନପକାଇ 

ଆୟୁଧ ନକରି, ଆଉ କିଛି କରିପାରନ୍ତ ନାହିଁ !

ମନେରଖ ନାରୀ ବିନା ସୃଷ୍ଟି ଅସମ୍ଭବ ତୁମ 

ନହେଲେ ତ ବୈଜ୍ଞାନିକ, ଐତିହାସିକ ମାନେ 

ପ୍ରମାଣ କରିଦେବେ 

ତୁମର ଅସ୍ତିତ୍ୱ ହିଁ ନାହିଁ 

ବିବର୍ତ୍ତମାନ ନାଆଁ ରେ ଆଙ୍ଗୁଠି ଦେଖାଇ 

ଟିକେ ତ ଚେତିଯାଅ କହ୍ନେଇ ।

ପାରୁଛ ଯଦି ଥରେ କ୍ଷମା କର ମୋ ଉଦ୍ଧତାମି ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract