STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ତବ ନାମ ଜପି ବିତୁ ଏ ଜୀବନ

ତବ ନାମ ଜପି ବିତୁ ଏ ଜୀବନ

1 min
183


ତବ ନାମ ଜପି ବିତୁ ଏ ଜୀବନ

ଦୟା କର ନାଥ ଶ୍ରୀ ମଧୁସୂଦନ,

ଜଗତର କର୍ତ୍ତା ପ୍ରଭୁ ଜନାର୍ଦ୍ଦନ

ତବ ଶ୍ରୀଚରଣେ ରହୁ ସଦା ମନ।୧।


ଜନମ ଦେଇଛ ମରଣ ବି ହେବ

ଶରୀର ଦେଇଛ କର୍ମପଥ ଦେବ,

ଜ୍ଞାନ ଦେଇଅଛ ଧର୍ମପଥ ଦେବ

ଭକ୍ତି ଦେଇ ପ୍ରଭୁ ସତ୍ୟପଥେ ନେବ।୨।


ଜୀବନରେ ଆଶା ନାହିଁ ଅଭିଳାଷା

ଭକ୍ତି ପ୍ରେମ ଶ୍ରଦ୍ଧା ଚରଣେ ଭରସା,

କୄପା କର ପ୍ରଭୁ ଜୀବନର ଆଶା

ଭଜି ଭଜି ବିତୁ ଦିଅ ଏହି ଭାଷା।୩।


ଜ୍ଞାନ ଦିଅ ପ୍ରଭୁ ଚିହ୍ନିବି ତୁମଙ୍କୁ

ଶକ୍ତି ଦିଅ ପ୍ରଭୁ ଭଜିବି ତୁମଙ୍କୁ,

ସତ୍ୟପଥେ ନିଅ ଜୀବନେ ଆମଙ୍କୁ

ନିଃସ୍ୱାର୍ଥର କର୍ମେ ଯୋଡହେ ଆମଙ୍କୁ।୪


ପ୍ରେମ ଭକ୍ତି ପ୍ରାଣେ ପ୍ରଜ୍ଜଳିତ କର

ନିଃସ୍ୱାର୍ଥର ପଥେ ପଥଗାମୀ କର

ଜ୍ଞାନ ପଥ ନାଥ ଭକ୍ତି ପଥ କର

ତବ ଶ୍ରୀଚରଣେ ଭକ୍ତି ରହୁ ମୋର।୫।


ତବ ନାମ ଜପି ବିତୁ ଏ ଜୀବନ

ଦୟାକର ନାଥ ଶ୍ରୀ ମଧୁସୂଦନ,

ଜଗତର କର୍ତ୍ତା ପ୍ରଭୁ ଦନାର୍ଦ୍ଦନ

ତବ ଶ୍ରୀଚରଣେ ରହୁ ସଦା ମନ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational