STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ତବ ଚରଣାରବିନ୍ଦେ ଶରଣଂ

ତବ ଚରଣାରବିନ୍ଦେ ଶରଣଂ

1 min
206


ସୁବର୍ଣ୍ଣ ବର୍ଣ୍ଣା ତ୍ରିନେତ୍ରା ମହାଦେବୀ ବିଶ୍ଵ ଜନନୀ

ତ୍ରୈଲୋକ୍ୟ ପାଳିନୀ ଦେବୀ ସୁରେଶ୍ଵରୀ ସିଂହ ବାହିନୀ 

ସର୍ବ ସୁଲକ୍ଷଣୀ ଦେବୀ ଭବାନୀ

ଚତୁର୍ଭୁଜା ମହାମାୟା ମହିଷାସୁର ମର୍ଦ୍ଦିନୀ 


ଶଂଖ,ଚକ୍ର ଧରା ଦେବୀ ଉଦ୍ୟତ୍ ତ୍ରିଶୂଳ ଧାରିଣୀ

ଫୁଲ୍ଲାରବିନ୍ଦ ବଦନା ବିରୁପାକ୍ଷ ପ୍ରାଣ ସଂଗିନୀ

ଗିରି ସୁତା ଦୈମାତୁର ଜନନୀ

ହାର କୁଣ୍ଡଳ ମଣ୍ଡନା ବିନ୍ଧ୍ୟପର୍ବତ ବାସିନୀ


ପରମେଶ୍ଵରୀ ଭାରତୀ କୁଳବତୀ କୁଳକାମିନୀ

ତେଜୋମୟୀ ବିଳାସିନୀ ଗାୟତ୍ରୀ ଚୈତନ୍ୟ ରୂପିଣୀ

ବିଦ୍ୟା ପ୍ରଦାୟିନୀ ବାଗ୍-ବାଦିନୀ

ସିଦ୍ଧିଦାତ୍ରୀ କୁମାରୀ ମା ଜଗତ ହିତକାରିଣୀ


ପରଂବ୍ରହ୍ମ ସ୍ଵରୂପିଣୀ ସର୍ବବେଦମୟୀ ବ୍ରାହ୍ମଣୀ

ସର୍ବସିଦ୍ଧି ଦାୟୈ ଦେବୀ ସୃଷ୍ଟି ସଂହାର କାରିଣୀ

ବନ୍ଦେ ଦୁର୍ଗା ଦୁର୍ଗତି ନାଶିନୀ (ତବ)

ଚରଣାରବିନ୍ଦେ ଶରଣଂ ନମସ୍ତୁତେ ନାରାୟଣୀ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics