STORYMIRROR

Sunanda Mohanty

Classics

2  

Sunanda Mohanty

Classics

ତଅପୋଇ

ତଅପୋଇ

1 min
339

ଝିଅ ଟିଏ ସିଏ ପରୀ ଟିଏ 

କାହିଁ ଏଠି ଅବହେଳିତ ହୁଏ 

ଆଜିବି କାନ୍ଦୁଛି ତଅପୋଇ 

ବାପା ମାଆ ଗଲାପରେ 

ସାତ ସରି ହୋଇ, ମୂଷାମାଟି 

ଭିତରୁ ଭାତଖୁଣ୍ଟି ଖାଇ 

ପୁଣି ଘନ ଅରଣ୍ୟରୁ ଛେଳି ଖୋଜୁବାକୁ ଯାଇ ।

ଏବେବି ଝିଅଟିଏ ସିଏ ପରୀଟିଏ 

ବାପା ମାଆ ର ବି ନୁହଁଇ 

କେବେ ପେଟରୁ ମରି କେବେ ସମାଜ ଡୋରି 

କରୁଥାଏ ତାକୁ ଏତେ ସରି 

ଖୁଦୁରୁକୁଣୀ ପୂଜୁଥାଏ ମଞ୍ଜୁଳିକା ଟିଏ 

ଡରି ଡରି ଥିରି ଥିରି ମାଆ ମଙ୍ଗଳା ସୁମରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics