ତଅପୋଇ
ତଅପୋଇ


ଝିଅ ଟିଏ ସିଏ ପରୀ ଟିଏ
କାହିଁ ଏଠି ଅବହେଳିତ ହୁଏ
ଆଜିବି କାନ୍ଦୁଛି ତଅପୋଇ
ବାପା ମାଆ ଗଲାପରେ
ସାତ ସରି ହୋଇ, ମୂଷାମାଟି
ଭିତରୁ ଭାତଖୁଣ୍ଟି ଖାଇ
ପୁଣି ଘନ ଅରଣ୍ୟରୁ ଛେଳି ଖୋଜୁବାକୁ ଯାଇ ।
ଏବେବି ଝିଅଟିଏ ସିଏ ପରୀଟିଏ
ବାପା ମାଆ ର ବି ନୁହଁଇ
କେବେ ପେଟରୁ ମରି କେବେ ସମାଜ ଡୋରି
କରୁଥାଏ ତାକୁ ଏତେ ସରି
ଖୁଦୁରୁକୁଣୀ ପୂଜୁଥାଏ ମଞ୍ଜୁଳିକା ଟିଏ
ଡରି ଡରି ଥିରି ଥିରି ମାଆ ମଙ୍ଗଳା ସୁମରି।