STORYMIRROR

Abhiram Sahoo

Romance

2  

Abhiram Sahoo

Romance

ତାତି

ତାତି

1 min
229


॥ ତାତି ॥

ମୋ ପାପୁଲି ଉପରେ ତୁମ ମେହେନ୍ଦିବୋଳା ପାପୁଲି

ମୋ ଆଖିରେ ତୁମ ଆଖିର ସେ ନୀଳାଭ ଆକାଶ

ଚିକିମିକି ତାରା ଓ ଜହ୍ନର ଫୁଲପକା ଚାନ୍ଦୁଆ ତଳେ

ଆମେ ଦୁହେଁ ଖୁବ୍ ପାଖାପାଖି,ପରସ୍ପର ନିଃଶ୍ବାସର

ଭଉଁରି ଭିତରେ ନୀରବ ନିଶ୍ଚଳ ରାତି,

ଚୁପ୍ ଚାପ୍ ପବନର ହାଲକା ଆଉଁସାରେ

ତୁମ ଦେହେ ତାତି ତ ମୋ ଦେହେ ତାତି !

ସବୁ ରାତିର ତାତି କ'ଣ ନିଆଁ ଖୋଜେ ?

ସବୁ ତାତିର ପରିଣତି କ'ଣ ଜଳି ପାଉଁଶ ହୁଏ?


ଆମ ତାତିରେ ରାତି ତରଳି ତରଳି

ଏମିତି ପାଲଟିବ ସକାଳ,ସେଠି

ପକ୍ଷୀର କାକଳି,ପବନର ଆହ୍ଲାଦ,

ପତ୍ରର ମର୍ମର,ଫୁଲର ମହକରେ

ଆମ ପ୍ରେମ ଲାଗୁଥିବ ମୁଠେ

ପାଉଁଶ ଭିତରେ ଦିକ୍ ଦିକ୍ ନିଆଁ

ତେଣୁ ତ ମୋ ପାପୁଲି ଭିତରେ

ତମ ହାତ ବିଶ୍ବାସର ପବିତ୍ର ଦୁନିଆ !






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance