STORYMIRROR

Madhabi Patel

Children

2  

Madhabi Patel

Children

ତାରା

ତାରା

1 min
136


ବିଶ୍ବ ବ୍ରହ୍ମାଣ୍ଡରେ ଅନେକ ଜ୍ୟୋତିଷ୍କ

ତାରା ତ ଗୋଟିଏ ନାଆଁ।

ଜ୍ୟୋତିର କିରଣ ନେଇ ଜଳୁଥାଏ

ଯେମିତିକି ରଡନିଆଁ।

ଯୋଜନ ଯୋଜନ ଦୂରତା ଠିକଣା

ସେଥିପାଇଁ ଲାଗେ ସାନ।

ଆମେ ଖୋଜୁ ତହିଁ ନିଜ ପ୍ରିୟଜନ

ଯାହାର ନଥାଏ ପ୍ରାଣ।

ପୃଥିବୀଠୁ ବଡ ବହୁଗୁଣା ସିଏ

ସୂର୍ଯ୍ୟଠାରୁ ତେଜିୟାନ।

ଯୁଗଯୁଗ ଧରି ରହିଛି ଅମ୍ବରେ

ସ୍ଥିର ହେଇ ରାତିଦିନ।

ନିଜସ୍ବ କିରଣ ଜ୍ବଳନ୍ତ ପିଣ୍ଡତା

ରହିଅଛି ମହାକାଶେ।

ବିଜ୍ଞାନି ମଣିଷ ଅନୁସନ୍ଧାନରେ

ଜାଣିନାହିଁ ତାର ଲେଶେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children