STORYMIRROR

Dharitri Das

Abstract Children

3  

Dharitri Das

Abstract Children

ତାରା

ତାରା

1 min
227

କୁନା ମୁନା ମିକୁ ଆସ ଦେଖିବା ତାରା     

  ସୌରମଣ୍ଡଳରେସିଏଥାଆନ୍ତିପରା                    ଦେଖସଭିଏଁଆକାଶଆଡକୁଚାହିଁ      

  ଅସଂଖ୍ୟ ତାରାଯେ ଦିଶୁ ଅଛନ୍ତି ତହିଁ।

ଆସିଲେ ଅନ୍ଧାରଆକାଶେଦିଶେତାରା     

  ତୋଫା ଜହ୍ନ ପାଖେ ଫିକା ଦିଶନ୍ତି ପରା ।

  ତାରାଙ୍କ ବିଷୟେ କିଛି କହୁଛି ଶୁଣ        

  ଯାହା ଦିଗ ନିର୍ଣ୍ଣାୟକ ହୁଅନ୍ତି ପୁଣ।  ଦୁଇଟିତାରଖାପାଖି ରହିଥିଲେ        

ଯୁଗ୍ମତାରା ବୋଲି ତ କୁହରେ ପିଲେ।    

ସଂଖ୍ୟାଟି ତାଙ୍କ ଦୁଇରୁ ଅଧିକ ମିଶିଲେ     

 ବହୁ ତାରା ବୋଲି ତାକୁ ବିଚାର ଭଲେ।।   

 ଦଳ ଦଳ ହୋଇ ରହୁଥିବା ତାରାଙ୍କୁ     

   ତାରକା ପୁଞ୍ଜ କହିବୁରେ ତୁହି ମିକୁ।     

 ବଶିଷ୍ଠ ଓ ଅରୁନ୍ଧତୀ ପରି ଯୁଗ୍ମତାରା       

ଖାଲି ଆଖିରେ ଆମକୁ ଦିଶନ୍ତି ପରା। 

     ଆହୁରି ଦେଖ ସପ୍ତର୍ଷି ମଣ୍ଡଳେ ତାରା      

ପ୍ରଶ୍ନବାଚୀ ଆକାରରେ ସାତଟି ପରା।     

    କ୍ରତୁ ପୁଲହ ପୁଲସ୍ତ ଅତ୍ରି ଅଙ୍ଗିରା        

   ବଶିଷ୍ଠଓମରିଚିଅଟନ୍ତିବହୁତାରା                                   

     କୃତ୍ତିକା ପୁଞ୍ଜ ରୋହିଣୀ ଶକଟ ଆଦି      

 ତାରକା ପୁଞ୍ଜଟି ଥାଅ ଅନ୍ତରେ ଭେଦି। 


ଉତ୍ତର କେନ୍ଦ୍ରସ୍ଥ ଅବିଚଳିତ ତାରା

ଧ୍ରୁବତାରା ନାମେ ଯାହାକୁ ଚିହ୍ନଇ ଧରା।


ଶିଶୁମାର ମଣ୍ଡଳର ଲଞ୍ଜାତାରା ବି

ଅଟଇ ଏକ ଧ୍ରୁବତାରା ଥାଅରେ ଭାବି।


ପାହାନ୍ତି ତାରାଟି ଯେ ପୂରୁବ ଆକାଶେ

ପ୍ରହରେ ରାତି ଥାଇଁ ଯେଉଁଟି ଦିଶେ।


ସଂନ୍ଧ୍ୟାତାରା ଯାହାକି ପଶ୍ଚିମ ଆକାଶେ      ତାହାର ଉଜ୍ଜ୍ୱଳ ଜ୍ୟୋତିକୁ ପରକାଶେ।


ଏହିପରି କେତେକ ତାରା ଯେ ଦିଶନ୍ତି

କ୍ଷିତିକୁ ତୋରା ସେହି କରୁଣ ଥାଆନ୍ତି ।


ଆଗକୁ ଗଲେ ତୁମେ ଜାଣିବ ଅନେକ

ଆଜିପାଇଁ କଥାଟି ଥାଉରେ ଏତକ।


                              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract