ତାରା ହେଇଯିବି
ତାରା ହେଇଯିବି
ଜାଣେ ତମେ ଦିନେ ହଜିଯିବ
ମୋ ପୃଥିବୀରୁ
ତଥାପି ତମେ ହଜିବା ଯାଏଁ ତ
ମୋର ହେଇ ଥିବ
ଆଉ ତମେ ଯେବେ ଯିବ
ମୁଁ କ'ଣ ଆଉ ଥିବି
ତୁମେ ଯିବା ପରେ ପରେ ହିଁ
ସେଇ ଦୂର ଆକାଶରେ ମୁଁ ବି
ତାରା ହେଇଯିବି ।
ଯଦି କେବେ ମନେ ପଡ଼େ ମୁଁ
ଆଖି ଉଠେଇ ଥରୁଟେ ଦେଖି ନେବ
ଏ ଆକାଶକୁ
ଦେଖିବ ସେମିତି ମୁଁ ତମକୁ ଚାହିଁଥିବି
ଯେମିତି ଚାହୁଁଥିଲି
ଦୁନିଆରୁ କେବେ ଯଦି
ପ୍ରତାରଣା ମିଳେ
ଭୁଲ୍ ରେ ବି କାନ୍ଦିବନି କେବେ
କେହି ନଥିଲେ ବି ତୁମ ସାଥେ
ଭାବି ନେବ ମୁଁ ଅଛି
ସବୁବେଳେ ତୁମ ପାଖେ ।

