STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ତାରା (୩)

ତାରା (୩)

1 min
252


ତାରାଭରା ଏଇ ରାତି ରଙ୍ଗେ ବ୍ୟୋମ

ଦେଖି ଭ୍ରମିଯାଏ ମଥା  

ଆହା କି ରୁଚିରେ ନୀୟତି ଆଙ୍କିଛି

ସତେ କି, ଏ ଝୋଟି ଚିତା

ଝରା ଶେଫାଳୀର ଗାଲିଚା ପ୍ରକାରେ

ଦିଶେ ନଭ ବିଶୋଭିତା, କିବା ଟାଣିଛି କେ ୟେ ଚିତ୍ର ଛତା ।।


ବୃନ୍ଦାବତୀ ମୂଳେ ସଞ୍ଜବତୀ ଜଳେ

ଆକାଶରେ ଝଳେ ତାରା

ଜାଇ, ହେନା, ଯୁଇ, ଶେଫାଳୀ ଫୁଟଇ

ବସୁନ୍ଧରା ବୁକୁ ତୋରା

ଧରାରେ ପ୍ରକୃତି ଆକାଶେ ନୀୟତି

ଖଞ୍ଜିଛି ଫୁଲ ପସରା, ଶୋଭିତ ଏଠି ଫୁଲ ସେଠି ତାରା ।।


ଏଫୁଲ ଶୂନ୍ୟରେ ଝଲସି ଯାଉଛି

ସେତ ଜ୍ୟୋତିର୍ମୟୀ ତାରା 

ଧରିତ୍ରୀ ବୁକୁରେ କିଏ ସଜାଇଛି

ତରୁ ଲତା ଫୁଲେ ଭରା

କିଏ ସୃଜିଅଛି ଆକାଶ ଅବନୀ

ଫୁଲ ଫୁଟେ ଉଠେ ତାରା, ନିଖୁଣ ଜୀବନ୍ତ ଚିତ୍ର ପସରା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics