STORYMIRROR

Ramachandra Bhutia

Inspirational

4  

Ramachandra Bhutia

Inspirational

ତାଣ୍ଡବ

ତାଣ୍ଡବ

1 min
248

ଜାଗି ଉଠ ମହାଦେବ

କରି ଡମ୍ବରୁର ନାଦ

ଜିଣି ଘଡ଼ଘଡ଼ି କରୁ ସେ ଶବଦ 

କମ୍ପିଯାଉ ତିନିପୁର

ଏ ଆତ୍ମା ଆଉ ଶରୀର

ଅଛି ଯେତେ ଅହଙ୍କାର

କରିଦିଅ ଛାରକାର


ଉଠ ଉଠ ହେ ଧୃଜଟି

ଜଗାଅ ତବ ବାସୁକି

ଛାଡ଼ୁ ସେ ଫୁତ୍କାର ପୃଥ୍ୱୀ ହେଉ ଥରହର

ଫାଟିଯାଉ ଏ ଆକାଶ

ପ୍ରକମ୍ପିତ ଦଶଦିଶ

ଦୂର କରିଦିଅ ସବୁ

ଯେତେ ଅମା ଅନ୍ଧକାର


ଭାଙ୍ଗ ଧ୍ୟାନ ହେ କାମାରୀ

ପିନାକ ହସ୍ତରେ ଧରି

ଚଢ଼ାଅ ପ୍ରତ୍ୟଞ୍ଚା ଶଦ୍ଦେ ହେଉ ବଜ୍ରପାତ

କମ୍ପୁ କୈଳାସ ପର୍ବତ

ସପ୍ତସିନ୍ଧୁ ଆଲୋଡିତ

ଭସ୍ମ କର ଅଜ୍ଞାନକୁ

ଜ୍ଞାନେ କର ଆଲୋକିତ


ଜାଗ୍ରତ ହୁଅ ହେ ରୁଦ୍ର

ତ୍ରିଶୂଳ ହସ୍ତରେ ତବ

ହୁଅ ନଟରାଜ ଦେବ ହୃଦୟେ କର ତାଣ୍ଡବ

ଦଗ୍ଧ କର ସବୁ ଦମ୍ଭ

ଅଭିମାନ ଆତ୍ମଗର୍ବ 

ଦକ୍ଷଦର୍ପ ନାଶକାରୀ

ମଙ୍ଗଳମୟ ହେ ଶିବ  !!


Rate this content
Log in

Similar oriya poem from Inspirational