STORYMIRROR

SADASIBA NAYAK

Fantasy

4  

SADASIBA NAYAK

Fantasy

ତାକୁ ଭଲପାଏ ସିନା

ତାକୁ ଭଲପାଏ ସିନା

1 min
23.7K


ସତେକି ତୁଳୀ ରେ ଜୀବନ୍ୟାସ

ଦେଇଛି ଏକ ଦକ୍ଷ ବିନ୍ଧାଣି।

ବୋଳି ଦେଇଛି ତା ଓଠେ

ଡୁବି ଯାଉଥିବା ସୂର୍ଯ୍ୟଠୁ ରଙ୍ଗ ଆଣି।

ସୋରିଷ ଫୁଲର ହଳଦିଆ ରଙ୍ଗ

ବୋଳି ଦେଇଛି ତା ଦେହେ

କଜଳପାତିଠୁ ଉଦ୍ଧାର ଆଣି

କଜଳ ମାଖେ ବହେ।

କୋଣାର୍କ ବକ୍ଷର ମୁଖଶାଳା

ଭରିଛି ସୂକ୍ଷ୍ମ ଚାରୁକଳା

ଚପଳଛନ୍ଦା ସେ ଲାସ୍ୟମୟୀ

ଓଷ୍ଠ କୋଣରୁ ମୁକ୍ତା ଝରଇ

ଜାଣି ପାରୁ ନାହିଁ କରୁଛି କାହିଁକି

ତା ଗୁଣ ରୂପ ବର୍ଣ୍ଣନା

ଅଜାଣତେ ମୋର ହୃଦୟ କହୁଛି

ତାକୁ ଭଲପାଏ ସିନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy