ତାଜମହଲ
ତାଜମହଲ


ତୁମେ ପ୍ରଣୟର ସ୍ମୃତି
ଶଙ୍ଖ ମର୍ ମର୍ ପଥର କହୁଛି
ଵିସ୍ମୃତିର ଅମର ଗାଥା
ପ୍ରକମ୍ପୀତ ହୋଇ ଯାଉଛି ଗୁଞ୍ଜରି
ମମତାଜ ଥିଲେ ତୁମ
ପ୍ରଣୟ ବଲ୍ଲରୀ
ସାଉଁଟି ଆଣୁଛି ପ୍ରୀତି ଝଙ୍କାର
ସ୍ବର କି ଯାଉଛି ସତେ
ପ୍ରତି ପ୍ରତି ଧ୍ବନିତ ହୋଇ
ସେଇ ଅଭୂଲା କାହାଣୀ
ଦେଉଛି କହି
ଯୁଗର ତାଳରେ
ଯାଇଛି ହଜି
ଭୂଲି ହୁଏନା ସ୍ପର୍ଶ ମାତ୍ରକେ
ପଲକ ଯାଏ ଅଟକି
ରୁନ୍ଧ କୋଠରୀ ଯାଉଛି ଖୋଲି
ମନର ନିବୃତ୍ତ କୋଣ ରୁ
ଯାଉଛି ବଖାଣି
ସପ୍ତ ଆଶ୍ଚର୍ଯ୍ୟ ର ଧ୍ବଜା ରେ
ସାମିଲ ହୋଇ ।