STORYMIRROR

Sanjya Tripathy

Classics

3  

Sanjya Tripathy

Classics

ସୂଷ୍ମ ସମାଚାର-୨

ସୂଷ୍ମ ସମାଚାର-୨

1 min
214


ସ୍ବପ୍ନର ରୋଷଣୀରେ ଦୃଶ୍ୟମାନ ହେଲେ ସୁରେନ୍ଦ୍ର

ପଚାରିଲେ- ଏ କଣ ମୋ ସ୍ଵପ୍ନର ସୂମ୍ବଲପୁର ?

ଯେତେ ସବୁ ଫାଙ୍କା ଆୱାଜର ସାଇରନ୍

ଇଂରେଜ ଗଲା ପରେ ବେଗବାନ

ରକ୍ତିମ ଚନ୍ଦ୍ରର ଦୁଃତିରେ ଝଲମଲ ସମ୍ବଲପୁର

ଶୀତଳଷଷ୍ଠୀର ଆଗମନୀ ସଂଗୀତରେ ଝକୃତ

ନିଶାରେ ବାଲିବନ୍ଧାର ବାଲି ପଠାରେ ଅବାରିତ

ଯୌନ କାରବାର ସହରାଭିମୁଖୀ ଗ୍ରାମ୍ୟ କିଶୋରୀ ଗଣ ଧର୍ଷିତା

 ପରକୀୟା ପ୍ରୀତିର ନଗ୍ନ ମାନଚିତ୍ରରେ ରିଂରୋଡ

କୁ ପାଣି ନାଁରେ ନୀଳତୃଷ୍ଠାର ପରିଶମନ

ଉଚ୍ଚିତ ନା ଆରୋପିତ ?

ଚୋରି, ତସ୍କରିରୁ ବଳି ଗଲାଣି ଦେହ କାରବାର

ସବୁ ଜାଣି ଅଜଣା ଜରଦଗବ ପ୍ରଶାସନ

ଇଚ୍ଛାଶକ୍ତି ବିହୀନ, ଅପସଂସ୍କୃତିର ସଂଗୁଆଳ ରାଜନେତା

ଦିଗଭ୍ରଷ୍ଟ ଯୁବପୀଢ଼ୀ- କକ୍ଷଚ୍ୟୁତ ବୁଦ୍ଧିଜୀବୀ

ଦୂର କଂଗଲରେ ହେଟାବାଘମାନେ ଦୌଡିଗଲେ

କୂହୁରମାନେ କାନ୍ଦିଲେ- ସମାଜର ବଡ଼ଫଡ଼ା ଭୂପତିତ

ହେଲେ

ଖାଲି ଗୋଛିକଟାମାନେ ଗର୍ଜନ କରୁଥିଲେ

ଅସହାୟତାର ଅପରାହ୍ନରେ

ବିଦେଶଗତ ପକ୍ଷୀଙ୍କ କଳରବରେ

ଗୋଧୂଳି ସଂଧ୍ୟାରେ ଘରବାହୁଡା ସୁରେନ୍ଦ୍ର

ଏବେ ଆତ୍ମଗୋପନ କରିଛନ୍ତି ଦେବ୍ରିଗଡ ଗିରିଶଂଗରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics