STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Comedy

4  

ନାୟକ ଅକ୍ଷୟ ରାଜହସ୍ତୀ

Comedy

ସୂର୍ଯ୍ୟ ଭାଉ

ସୂର୍ଯ୍ୟ ଭାଉ

1 min
311

ଆସିଗଲେ ଗିରିଶମ ଝାଳ ବହେ ଗମ୍ ଗମ୍

ବଢ଼ିଯାଏ ସୂର୍ଯ୍ୟ ଭାଉ,

ଝାଳ ଗନ୍ଧ ରେ ପ୍ରିୟା ଘୁଚି ଯାଏ

ନ ମାଡେ ପାଖ ଆଉ ।


ବାସନା ଅତର ଯେତେ ଉପଚାର

ବଜାର ରେ ମିଳୁ ଅଛି,

ଦିବସ ରଜନୀ ଯେତେ ଲଗେଇଲେ

ଦେହ ଦୁର୍ଗନ୍ଧ ହସୁଅଛି। 


ଭାବ ବ୍ୟବଧାନ ଆଙ୍କି ଦିଏ ପ୍ରିୟା

କରୋନା ବେଳ ଠୁ ବଳି,

ଟିକେ ଛାଡ଼ି ବସ କରେ ପରିହାସ

ଲେଖା ଯୋଖା ସାନ ଶାଳୀ ।


ସୁରୁଜ ଭାଉ ବଢ଼ି ଯାଏ ବୋଲି

ଥଣ୍ଡା ଲସି ତରଭୁଜ

କରନ୍ତି ଫୁଟାଣି ସାଥେ ଦହି ପାଣି

ବରାଦ ଦିଅନ୍ତି ଭାଉଜ ।


ଆମ୍ବ ପଣସ ହଳଦିଆ ବେଶ

ଧରି ବୁଲନ୍ତି ବଜାରେ,

ପିଲା ପିଚିକା  ହୁଅନ୍ତିଉତ୍ସୁକା

କାକର ପାଣି ଖୋଜାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy