STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ସୁସଜ୍ଜିତ ଗୁଣ୍ଡିଚା ମନ୍ଦିର

ସୁସଜ୍ଜିତ ଗୁଣ୍ଡିଚା ମନ୍ଦିର

1 min
217

କି ସୁନ୍ଦର ଦିଶେ ଗୁଣ୍ଡିଚା ମନ୍ଦିର

ପ୍ରଭୁ ଆଗମନ ତହିଁ,

ବଡ଼ଦାଣ୍ଡ ଆଜି ସୁଶୋଭିତ ଦିଶେ

ଭକ୍ତିପୂର୍ଣ୍ଣ ପ୍ରେମ ତହିଁ।୧।


ପ୍ରଭୁ ଆଗମନେ ଗୁଣ୍ଡିଚା ମନ୍ଦିର

ଚହଳଗହଳ ତହିଁ,

ବଡ଼ଦାଣ୍ଡ ସାରା ସୁସଜ୍ଜିତ ଅଛି

ଅପୂର୍ବ ଦୃଶ୍ୟ ହିଁ ତହିଁ।୨।


ବର୍ଣ୍ଣିବାରେ ଶକ୍ତି ନାହି ହିଁ କାହାରେ

ସେହୁ ତ ପ୍ରଭୁଙ୍କ ଲୀଳା,

ସୁରକ୍ଷିତ ଭୂମି ଭକ୍ତ ହନୁମାନେ

ଅପୂର୍ବ ପ୍ରଭୁଙ୍କ ଲୀଳା।୩।


ଚତୁର୍ଦ୍ଦିଗ ଦିଶେ ଅପୂର୍ବ ସୁନ୍ଦର

ବର୍ଣ୍ଣିବାରେ ନାହିଁ ଭାଷା,

ଭକ୍ତ ଆଗମନେ ଚହଳଗହଳ

ଲେଖୁଛି ସତ୍ୟର ଭାଷା।୪।


ବଡ଼ଦାଣ୍ଡେ ପ୍ରଭୁ ଦର୍ଶନଟି ଦେବେ

ଭକ୍ତ ଟାଣୁ ଥିବେ ରଥ,

ଖୁସି ଆନନ୍ଦରେ ମାଉସୀ ଘରକୁ

ଯିବେ ପ୍ରଭୁ ଜଗନ୍ନାଥ।୫।


ନିକଟରେ ଅଛି ପ୍ରଭୁ ରଥଯାତ୍ରା

ହୁଏ ଉଦବେଗ ମନ,

କିପରି ଦେଖିବି ଚକାନୟନଟି

ଆତୁରିତ ହୁଏ ମନ।୬।


ପ୍ରଭୁ ଆଶୀର୍ବାଦ ସତେ କି ହୋଇବ

ଦର୍ଶନ କରିବି ମୁହିଁ,

ପ୍ରଭୁଙ୍କର ଲୀଳା ସତେ କି ଦେଖିବି

ହେବ କି କରୁଣା ତହିଁ।୭।


ବଙ୍ଗ ସାଗରଟି ଦେଖିବି କି ନେତ୍ରେ

ଭାଗ୍ୟେ କି ମୋହର ଅଛି,

ସ୍ୱର୍ଗ ଦ୍ୱାର ତହିଁ ଦେଖିଥାନ୍ତି ପୁଣି

ଅଭିଳାଷ ମୋର ଅଛି।୮।


ନନ୍ଦିଘୋଷେ ରଥେ ବସି ଥିବେ ପ୍ରଭୁ

ଭକ୍ତ ଦେଖୁଥିବେ ତତେ

ବଳଦେବ ପ୍ରଭୁ ତାଙ୍କ ରଥେ ଥିବେ

ମୂଷଳ ଧରିଣ ହସ୍ତେ।୯।


ଦେବଦଳନରେ ଭଉଣୀ ସୁଭଦ୍ରା

ମୋହୁ ଥିବେ ଜନମନ,

ରଥ ଟାଣୁଥିବେ ଅତି ଆନନ୍ଦରେ

କାଳିଆ ନାମ ଗୁଞ୍ଜନ।୧୦।


ଅତୁଳନୀୟଟି ପ୍ରଭୁ ରଥଯାତ୍ରା

ନାହିଁ ଶକ୍ତି ବର୍ଣ୍ଣିବାରେ,

କରନ୍ତି ଦର୍ଶନ ପ୍ରେମର ଭକ୍ତିରେ

ନାହିଁ ପଟାନ୍ତର ତାରେ।୧୧।


କି ସୁନ୍ଦର ଦିଶେ ଗୁଣ୍ଡିଚା ମନ୍ଦିର

ପ୍ରଭୁ ଆଗମନ ତହିଁ,

ବଡ଼ଦାଣ୍ଡ ଆଜି ସୁଶୋଭିତ ଦିଶେ

ଭକ୍ତିପୂର୍ଣ୍ଣ ପ୍ରେମ ତହିଁ।୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational