STORYMIRROR

Kshitish Jena

Inspirational Children

3  

Kshitish Jena

Inspirational Children

ସୁରକ୍ଷା ବନ୍ଧନ

ସୁରକ୍ଷା ବନ୍ଧନ

1 min
205


ଆଜି ପ୍ରାୟ ଅଫିସ୍ ଗୁଡିକ ବନ୍ଦ

ସମସ୍ତେ ଅଛନ୍ତି ଘରେ

ସବୁରି ମନରେ ଅମାପ ଆନନ୍ଦ ।

ଗାଁ ଦାଣ୍ଡରେ ଚାଲି ଗଲେ

ପ୍ରତିଘରୁ ଭାସି ଆସେ

ଖିରିପିଠାର ମହକ

ଭଉଣୀଟି ଚାକିରୀରେ ଥିଲେ

ଅଥବା ଶାଶୁଘରେ

ଫେରିଆସେ ଭାଇର ପାଖକୁ

ପରସ୍ପରକୁ ଦେଖି

ସତେ ଅବା ଭୁଲିଯାଆନ୍ତି

ଭୋକ ଅବା ଅନ୍ତରର ଶୋକ ।

ନଈତୁଠରେ ଦେଖିବାକୁ ମିଳେ

ବଳଦଗାଈଙ୍କୁ ଗାଧୋଇଦେବାର ଦୃଶ୍ୟ

ଗୁହାଳ ଘରେ ଭକ୍ତିଭରେ

କରନ୍ତି ଗୋପୂଜନ

ଯେହେତୁ ଆଜି ମହାପ୍ରଭୁ

ବଳଭଦ୍ରଙ୍କ ଶୁଭ ଜନ୍ମଦିନ ।

ମିଠା ଦୋକାନରେ ଏତେ ଭିଡ଼ ଯେ 

ପଶି ହୁଏନାହିଁ ଭିତରକୁ

ଦୋକାନୀର ଫୁରସତ୍ ନଥାଏ

ମିଠା ଦେଇ ପଇସା ରଖିବାକୁ ।

ଦୂବ,ବରକୋଳି ପତ୍ର,ଅରୁଆ ଚାଉଳ

ଦୀପ ,ମିଠା, ଫୁଲ ଓ ଚନ୍ଦନରେ

ଭଉଣୀଟି ଥାଳିକୁ ସଜେଇ

ଆଦରରେ ଭାଇକୁ ତା'ର

ଦିଏ ବନ୍ଦେଇ

ଭାଇ ହାତରେ ବାନ୍ଧିଦିଏ

ଭଉଣୀର ସୁରକ୍ଷା ବନ୍ଧନ

ଏବଂ ମନାସଇ ଭାଇର

ଦୀର୍ଘାୟୁ ଜୀବନ

ଦେବୀ ସୁଭଦ୍ରାଙ୍କର ଖୁସି ଆଜି ମନ

ଭାଇ ଜଗାବଳିଆଙ୍କ ହାତରେ

ସେ ମଧ୍ୟ ବାନ୍ଧିବେ ରାକ୍ଷୀ

ବର୍ଷକୁ ଥରେ ଆସେ ଭାଇ ଭଉଣୀଙ୍କ ପାଇଁ

ଏଭଳି ପବିତ୍ର ଦିନ

ରାକ୍ଷୀ ବନ୍ଧନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational