The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ଅଜୟ କୁମାର ବେହେରା

Inspirational

4.1  

ଅଜୟ କୁମାର ବେହେରା

Inspirational

ସୁରା ସ୍ମୃତି

ସୁରା ସ୍ମୃତି

1 min
93


କରିଲି ଚିଅର ପିଇଲି ବିଅର  

   ଚାଖଣା ଚିକେନ୍ କସା ।

ଜାଣି ପାରିଲିନି କେତେ ମୁଁ ପିଉଛି

 ହୋଇଗଲା ମୋତେ ନିଶା ।୧।


ସନ୍ଧ୍ୟାରେ ଆରମ୍ଭ ସକାଳ ହୋଇଲା

    ପିଇବା ସରିଲା ନାହିଁ ।

  ନିଶା ଟୁଳୁଟୁଳୁ ଆଖି ଜୁଳୁଜୁଳୁ

    ବିଅରକୁ ଥିଲି ଚାହିଁ ।୨।


ଲୋକ ଜମା ହେଲେ ଥଟ୍ଟା କରୁଥିଲେ

    ଦେଖିଲି ମାମୁଁଙ୍କ ଗାଡି ।

 ମଦୁଆ ଜାତିରେ ନାମ ଲେଖେଇଲି

    ଗଲି ମୁଁ ଗାଡ଼ିରେ ଚଢି ।୩।


ମାମୁଁ ମାଇଁ ମିଶି ହାଜତ ଭିତରେ

   ଶ୍ରଦ୍ଧାରେ କରିଲେ ଗେଲ ।

ଦେହସାରା ଖାଲି ଚୁମ୍ବନର ଦାଗ

   ହେଲି ଭାରି କଲବଲ ।୪।


 ଆସିଲା ଖବର ଘରକୁ ଆମର

   ପହଁଚିଲେ ଘର ଲୋକ ।

ବାପା ଭାଇ ବନ୍ଧୁ ଗାଆଁ ସାଙ୍ଗସାଥି

  ଦେଖି କରୁଥିଲେ ଦୁଃଖ ।୫।


ଲାଜରେ ମୁହଁ ମୋ ନଇଁ ଯାଇଥିଲା

   ନୟନରୁ ଅଶ୍ରୁ ଧାର ।

 ସବୁ ଶୁଣୁଥିଲି ନୀରବରେ ବସି

   ଭାବୁଥିଲି ବାରମ୍ବାର ।୬।


କେମିତି ବଞ୍ଚିବି ମୁହଁ ଦେଖେଇବି

   ଧିକ ଏ ଜୀବନ ମୋର ।

ବୁଝେଇ ସୁଝେଇ ଘରକୁ ଆଣିଲେ

  ସତେ ଅବା ମୁହିଁ ଚୋର ।୭।


କରିଲି ଶପଥ ହେବିନି ମଦ୍ୟପ

   ଛାଡ଼ିଲି ମୁଁ ନିଶା ପାଣି ।

ଭୋଗିବି କାହିଁକି ନିନ୍ଦା ଅପବାଦ

   ରୋଗକୁ କିଣିବି ପୁଣି ।୮।


ନାହିଁ ସେହି ଯୁଗ ବେଳ କାଳ ଆଉ

   ଖୋଲା ବଜାରରେ ମଦ ।

 ଗାଆଁ ଗହଳିରୁ ସହର ପର୍ଯ୍ୟନ୍ତ

   ଚାଖୁଛନ୍ତି ସର୍ବେ ସ୍ୱାଦ ।୯।


 ପୋଲିସି ଶାସନ ନିରବ ଦର୍ଶକ

   ଆଖି କାନ ପାଟି ଥାଇ ।

ରାଜକୋଷ ପାଇଁ ଟଙ୍କା ଦରକାର

   ଅବକାରୀ ଚାଷ ଏହି ।୧୦।


ଘରଠୁ ବାହାର ହୋଟେଲ ବଜାର

    ସବୁଠି ମଦ ଆସର ।

ବିବାହ ବ୍ରତରେ ମଶାଣି ଭୁଇଁରେ

   ମଦର ବହୁ ଆଦର ।୧୧।


ପୂଜା ପାର୍ବଣରେ ଭଷାଣି ପର୍ବରେ

   ବହୁଛି ମଦର ବନ୍ୟା ।

ହୋଟେଲ ଭିତରେ ମଦ ଵାରରେ

  ନାଚନ୍ତି ସୁନ୍ଦରୀ କନ୍ୟା ।୧୨।


ନୃତ୍ୟ ତାଳେତାଳେ ଲଳନାଙ୍କ ମେଳେ

   ନୃଟ୍ୟାଙ୍ଗନାଙ୍କର ଲୀଳା ।

 ମତୁଆଲା କରେ ଅର୍ଦ୍ଧ ଲଗ୍ନ ଦେହ

   ନିଷ୍ପ୍ରଭ ଆଲୋକ ମାଳା ।୧୩।


 ବିଳମ୍ବିତ ରାତି ବଢୁଥାଏ ତାତି

   ସାଥି ଖୋଜୁଥାଏ ମନ ।

ନିଶାଗ୍ରସ୍ତ ହୋଇ ଘରକୁ ଫେରିଲେ

   ଝଡ଼ ଆସେ ପ୍ରତିଦିନ ।୧୪।


ନିଶବ୍ଦ ରାତ୍ରିରେ କୋଳାହଳ ଶୁଭେ

   ରାତ୍ରୀ ପାହି ହୁଏ ଦିନ ।

ଆଗାମୀ ସନ୍ଧ୍ୟାର ଅପେକ୍ଷା ଅନ୍ତରେ

   ନିଶା ଖୋଜେ ଏହି ମନ ।୧୫।


Rate this content
Log in

Similar oriya poem from Inspirational