STORYMIRROR

Jayashree Maharana

Inspirational

4  

Jayashree Maharana

Inspirational

ସୁପୁତ୍ର ଗଣ

ସୁପୁତ୍ର ଗଣ

1 min
470

ଧନ୍ୟ ହେ ସୁପୁତ୍ର ଗଣ

ଭାରତ ମାତାର

ତୁମ୍ଭ ଯୋଗୁଁ ବଦଳିଲା

ଦୁର୍ଭାଗ୍ୟ ଆମ୍ଭର ।


ଇଂରେଜ ଅଧିନ ହୋଇ

ଭୋଗିଲୁ କଷଣ

ଅସହ୍ୟ ହୋଇଲା ନିତି

ତାଙ୍କରି ଶୋଷଣ ।


ଅହିଂସା ମନ୍ତ୍ରରେ ବାପୁ

କରିଲେ ଲଢେଇ

ଜାତିର ସମ୍ମାନ ପାଇଁ

ସୁଖକୁ ଦୂରେଇ ।


ନେହେରୁ କରିଲେ ଦାବୀ

ଆମରି ମୁକତି

ଲାଲ୍ ବାଲ୍ ପାଲ୍ ଦେଲେ

ମନରେ ଶକତି ।


ସୁଭାଷ ଗଢିଲେ ଫୌଜ

ମାଗିଲେ ରକତ

ସ୍ୱାଧୀନ ହୋଇବା ନିଶ୍ଚେ

କରିଲେ ଶପଥ ।


ମଙ୍ଗଳ ପାଣ୍ଡେଙ୍କ ଦାବୀ

ବିରୋଧ ପାଉଣା

ଫାଶୀର ଖୁଣ୍ଟରେ ଝୁଲି

ଭରିଲେ ପ୍ରେରଣା ।


ଲକ୍ଷ୍ମୀବାଈଙ୍କର ତ୍ୟାଗ

ଅପୂର୍ବ ବୀରତ୍ୱ

ଭାରତବାସୀଙ୍କ ହୃଦେ

ସର୍ବଦା ପୂଜିତ ।


ତାନ୍ତିଆ ପାଇଲେ ଫାଶୀ

ବିଦ୍ରୋହୀ ନାମରେ

ଅମର ଅଛନ୍ତି ସଦା

ଆମରି ହୃଦରେ ।


ଟାଗୋର ରଚିତ ଗୀତ

ଅମୂଲ୍ୟ ସମ୍ପତ୍ତି

ଭରିଲା ସଭିଙ୍କ ମନେ

ଜାତୀୟ ପୀରତି ।


ସୁଯୋଗ୍ୟ ଭାରତ ସୁତ

ତୁମ୍ଭରି ଦାନରେ

ସ୍ୱାଧୀନ ହୋଇଲୁ ସର୍ବେ

ସମଗ୍ର ବିଶ୍ୱରେ ।


ଭାରତ ମାତାର କୋଳ

ହୋଇଲା ପବିତ୍ର

ଗାଉଛୁ ତୁମ୍ଭରି ଗୁଣ

ମଣୁଛୁ ଗର୍ବିତ ।



Rate this content
Log in

Similar oriya poem from Inspirational