STORYMIRROR

Sunanda Mohanty

Inspirational Others

3  

Sunanda Mohanty

Inspirational Others

ସୁଫଳ

ସୁଫଳ

1 min
96

ଲାଇଟ ଜାଳିଲି ଆଶ୍ୱସ୍ତ ହେଲି 

ନିଜେ ତ କିଛିଟା ଅନୁଭବିଲି 

ଯିଏ ଯା',କହୁ ବୈଜ୍ଞାନିକ ମତ ଏହୁ 

ଆବେଗ ଓ ଅନୁରାଗ ଭିତର

ଆସୁରିକ ଶକ୍ତି ଯାଉ 

ଶାନ୍ତି ମୈତ୍ରୀ ପ୍ରେମ ନଈ ବହୁ 

ଆଲୋକର ନିର୍ଯ୍ୟାସ ଭିତରେ 

ପବିତ୍ରତା ର ଝଲକ ମଧ୍ୟରେ 

ସମୟାନୁବର୍ତ୍ତିତା ପରିପ୍ରକାଶ ପାଉ 

କର୍ତ୍ତବ୍ୟ ସଚେତନତା ସୀମା ନ ଡେଉଁ 

ତୋ ମୋ ଭିତରେ ପାଚିରୀ ଉଠିଯାଉ 

ସବୁଠୁ ବୁଢା ଲୋକଟା ଆଶା ବାଡ଼ି ବିନା

ରାସ୍ତା ପାର ହେଉ ହେଉ 

ଅମାନିଆ ପୁଅ କଥା ଝିଅ କଥା ଭାଵି 

ଦୁଃଖ କରୁ କରୁ ପୁଣି ସୁନା ସକାଳର 

ସ୍ବପ୍ନ ଦେଖୁଥାଉ ଯେ ତା ପୁଅ ବୁଝିଯାଉ 

ଦୁଇଟି ଆଶା ବାଡ଼ି ବା ଗୋଟିଏ ଆଶା ବାଡ଼ି 

ସାହାରା ଲୋପ ପାଇ 

ସମଗ୍ର ଦେଶ ଗୋଟିଏ ଗାଁ ହେଇଯାଉ 

ଗୋଟିଏ ନହେଲେ ବି କୋଟିଏ 

ଯୌଥ ପରିବାର ତ ଅନ୍ତତଃ ହେଇଯାଉ 

ଆଲୋକର ଶିଖାରେ କେତେ ସଦ୍ଭାବନା

ସୁଦୂର ପ୍ରସାରି ବାର୍ତ୍ତା ଦେଇ ସଦା ଜଳୁଥାଉ

ତୋ ଦେହରୁ ରକ୍ତ ଝରିଲେ ମତେ କଷ୍ଟ ହେଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational