STORYMIRROR

ଦୀପଙ୍କର ଦାସ

Fantasy Inspirational

3  

ଦୀପଙ୍କର ଦାସ

Fantasy Inspirational

ସୁନ୍ଦର

ସୁନ୍ଦର

1 min
399

ବାପା ଯେତେବେଳେ କାମରୁ ଫେରନ୍ତି

ତାଙ୍କୁ ଗୋଟେ ଗ୍ଲାସ ପାଣି ବଢାଇ ଦେବ

କପାଳରେ ଝାଳର ଏକ ପ୍ରଲେପ ଥିବ

ପାଣି ପିଇ ସାରି ସେ ଯେବେ ହସିବେ

ଦେଖିବ କେତେ ସୁନ୍ଦର ସେ ହସ

ଯେବେ ତୁମେ ରୁଷି ଥିବ

ଚୁପଚାପ୍ ଶୋଇ କାନ୍ଦୁଥିବ

ତୁମ ମାଆ ଆସି ଗେଲ କରି

ଯେବେ ଚୁମ୍ବନ ଟିଏ ଦେବେ ଗାଲରେ

ଗାଲର ଚୁମ୍ବନ କୁ ହୃଦୟରେ ଅନୁଭବ କରିବ

ଦେଖିବ କେତେ ସୁନ୍ଦର ସେ ଭାବ।

ଯେବେ ତୁମ ବଡ଼ ଭାଇ ଭଉଣୀଙ୍କ

ପୁରୁଣା ଲୁଗାପଟା ପିନ୍ଧିବ

ଦୁଃଖ କରିବନି ସେ ବସ୍ତ୍ରରେ ଥରେ

ତାଙ୍କ ଶରୀରର ବାସ୍ନା କୁ ଶୁଙ୍ଘିବ

ଦେଖିବ କେତେ ସୁନ୍ଦର ସେ ବାସ।

ଯେବେ କେଉଁ ସାଙ୍ଗ ବହୁ ଦିନ ପରେ ଦେଖାହେବ

ହାତ ନ ମିଶାଇ ଜୋରରେ ଆଲିଙ୍ଗନ କରିବ

ପ୍ରେମର ଗୋଟେ ସ୍ରୋତ ବହିଯିବ

ଦେଖିବ କେତେ ସୁନ୍ଦର ସେ ସ୍ରୋତ।

ଯେବେ ତୁମ ଭାଇ ଭଉଣୀ ନହେଲେ ଭାଇ ଭାଇ

କଳିକଜିଆ କରୁଥିବ

ତାଙ୍କ ଆଖିରେ ଲୁଚିଥିବା ସେ ଚପଲତାକୁ ଦେଖିବ

ଦେଖିବ କେତେ ସୁନ୍ଦର ସେ ଅନୁଭବ।

ଯେବେ ବି ନିଜକୁ ଅସୁନ୍ଦର ଭାବିବ

କିମ୍ବା କେହି କହିଲେ ଶୁଣିବ

ଆଇନରେ ଥରେ ମୁଁହ ଦେଖି ଅଳ୍ପ ହସିଦବ

ଦେଖିବ କେତେ ସୁନ୍ଦର ତୁମେ ଆଉ ତୁମ ହସ।

ତୁମେ କଳା ହେଇ ପାର

ହେଲେ ଅସୁନ୍ଦର ନୁହଁ

କୃତ୍ରିମ କସ୍ମେଟିକ୍ ନୁହଁ

ମୁଁହ ରେ ହସର ପ୍ରଲେପ ଲଗାଇ ନିଜକୁ ଦେଖିବ

ଦେଖିବ ତୁମେ ସୁନ୍ଦର ଦେଖା ଯିବ।

ଖାଲି ସୁନ୍ଦର ନୁହେଁ ବହୁତ୍ ସୁନ୍ଦର ଦେଖାଯିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy