Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

4  

Bijay Prusty

Fantasy

ସୁନ୍ଦର ମୋର ଗାଁ

ସୁନ୍ଦର ମୋର ଗାଁ

1 min
344


ସପନରେ ତୁମେ ସପନ ସୁନ୍ଦରୀ

ପୀରତି ବଇଁଶୀ ସ୍ୱନ

ତୁମ ଗାଁ ନଈ ଗୀତ ଗାଇ ଗାଇ

ଚୋରାଇଛି ମୋର ମନ I


ତୁମରି ଆଖିର ଚମକରେ ସଖୀ

ଉଜ୍ୱଳ ଦିଶଇ ଜହ୍ନ

ତୁମ ଗାଁ ନଈ ଦିଏ ଯେବେ ଛୁଇଁ

ଉଚ୍ଚାଟ ହୁଏ ମୋ ମନ I


ମଳି ମକଚିଆ ଗାଁ ସିନା ମୋର

ଅପୂର୍ବ ଗୁଣରେ ଭରା

ତୁମ ଗାଁ' ସଖୀ ବାହାର ସୁନ୍ଦର

ଭିତରଟା କଳା କଳା I


ହଜିଲାଣି ସିନା ମୋ' ଗାଁ' ଶିରୀ

ପୁନେଇଁ ପରବ ଯାତ

ସପନ ହେଲାଣି ଆମ୍ବତୋଟା ମାଳ

କୋଇଲି କଣ୍ଠର ଗୀତ I


ଚଷାପୁଅ ଆଉ ଚାଷ କରୁନାହିଁ

ପଡିଆ ପଡିଛି ବିଲ

ସକାଳୁ ସକାଳୁ କାଉ ରାବୁନାହିଁ

ଦେଖାନାହିଁ ଶଙ୍ଖଚିଲ I


ତଥାପି ଲୋ ସଖୀ ତୁମ ଗାଁ' ନଈ

ମୋ' ଗାଁ' ଦେଇ ବହେ

ସକାଳ ପାହିଲେ ମୋ' ଗାଁ' ସୂରୁଜ

ତୁମ ଗାଁ' ପଟୁ ଉଏଁ I

        


Rate this content
Log in

Similar oriya poem from Fantasy