STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ସୁନାର ଭାରତ

ସୁନାର ଭାରତ

1 min
144

ନିଜ ସ୍ୱାର୍ଥ ଭୁଲି ନିଜ କାମ ଛାଡ଼ି

ଦେଶ ସେବା କରି ବଞ୍ଚିବି

ଜୀବନ ଦେବି ମୁଁ ରକତ ଦେବି ମୁଁ

ସୁନାର ଭାରତ ଗଢିବି


ବାପୁଙ୍କ କଥାରେ ବାଟ ମୁଁ ଚାଲିବି

ସତ୍ୟର ନାଉରୀ ସାଜିବି ମୁହିଁ

ଅହିଂସାର ବାର୍ତ୍ତା ବାଣ୍ଟିବି ଜଗତେ

ଅନ୍ୟାୟକୁ କେବେ ସହିବି ନାହିଁ


ମୋ ଦେଶ ଭାରତ ମୋ ଜୀବନ ମିତ

କିଏ ହେବ ତାର ସରି

ସୁନାର ଭାରତ ଦେଖି ଲୋଭ ବଢ଼େ

ସହି ପାରନ୍ତିନି ବଇରୀ


ଜିଇଁଥିବା ଯାଏ ମରିବା ପର୍ଯ୍ୟନ୍ତ

ଜାତି ଭାଇ ଲାଗି କରିବି କାମ

ଦୁଃଖୀର ଦୁଃଖରେ ସାଥି ହେବି ମୁହିଁ

ସଭିଙ୍କ ସପନ ହେବ ପୂରଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract